ଓଡିଶା

odisha

ETV Bharat / state

11 ଦିନ ହେବ ଜଳବନ୍ଦୀ ଗଣେଶ୍ବରପୁର ପଞ୍ଚାୟତ, ସ୍ଥିତି ପରଖିଲା ETV Bharat - ପୁରୀରେ ବନ୍ୟା

ଗୋପ ବ୍ଳକର ଗଣେଶ୍ବରପୁର ପଞ୍ଚାୟତର ଅନେକ ଗାଁ ଏବେବି ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । କିପରି ଅଛନ୍ତି ବନ୍ୟା ବିପନ୍ନ, ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ପରଖିଛି ଇଟିଭି ଭାରତ ଟିମ୍‌ ।

flood affected in puri district villagers are waiting for government help
ଜଳ ବନ୍ଦୀ ଘେରରେ ଗଣେଶ୍ବରପୁର , ସହାୟତା ଆଶାରେ ଗ୍ରାମବାସୀ

By

Published : Aug 26, 2022, 2:05 PM IST

Updated : Aug 26, 2022, 8:46 PM IST

ପୁରୀ:11 ଦିନ ହେବ ଗ୍ରାମବାସୀ ଜଳ ବନ୍ଦୀ ଘେରରେ । ନା ଦିଆଯାଉଛି ରିଲିଫ ନା ପ୍ରଦାନ କରାଯାଉଛି ସ୍ବାସ୍ଥ୍ୟ ସେବା । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ପୁରୀ ଗୋପର ଗଣେଶ୍ବରପୁର ପଞ୍ଚାୟତ ବାସୀ । ବନ୍ୟା ପରିଚାଳନାରେ ପୁରୀ ଜିଲ୍ଲା ପ୍ରଶାସନ ଫେଲ୍ ମାରିଛି । ମହାନଦୀର ଶାଖା ନଦୀ କୁଶଭଦ୍ରାର ଖଣ୍ଡିଆକୁଦ ନିକଟରେ ଘାଇ ପରେ ପୁରୀ ଜିଲ୍ଲାର ଗୋପ ବ୍ଲକ ଜନଜୀବନ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି।

ଜଳ ବନ୍ଦୀ ଘେରରେ ଗଣେଶ୍ବରପୁର , ସହାୟତା ଆଶାରେ ଗ୍ରାମବାସୀ

ସୂଚନା ମୁତାବକ,11 ଦିନ ତଳେ ଘାଇ ହୋଇ ଥିବା ବେଳେ ବନ୍ୟା ଜଳ କମିବାର ନା ନେଉନାହିଁ । ସେବେଠୁ ଗୋପ ବ୍ଳକର ଗଣେଶ୍ବରପୁର ପଞ୍ଚାୟତର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । ତେବେ ବାହ୍ୟ ଜଗତରୁବିଚ୍ଛିନ୍ନ ଥିବା ଗ୍ରାମର ଅଵସ୍ଥା, ବନ୍ୟା ବିପନ୍ନଙ୍କ ସ୍ଥିତି, ପ୍ରଶାସନିକ ସାହାଯ୍ୟ ପହଞ୍ଚିଛି କି ନାହିଁ ସେ ନେଇ ଇଟିଭି ଭାରତ ଟିମ୍ ପହଞ୍ଚି ସ୍ଥିତି ପରଖିଛି ।

ସ୍ଥିତି ପରଖିଲା ETV Bharat

ତେବେ ପ୍ରଶାସନ ତଥ୍ୟକୁ ଦେଖିଲେ ବାସ୍ତବ ସ୍ଥିତି ଅତ୍ୟନ୍ତ ସଙ୍ଗୀନ । ଅନେକ ଗାଁକୁ ମାତ୍ର ଥରୁଟିଏ ରିଲିଫ ଦିଆଯାଇଛି । ଏକ କିଲୋ ଚୁଡ଼ା, କିଛି ଗୁଡ, ଚିନି ଦେଇ ପୁରୀ ଜିଲ୍ଲା ପ୍ରଶାସନ କାମ ସାରିଦେଇଛନ୍ତି । ସେପଟେ ଗାଁକୁ କୌଣସି ଯାତାୟତ ସୁବିଧା ନ ଥିବା ହେତୁ ଦେହ ଖରାପ ହେଲେ ଲୋକେ ଡାକ୍ତରଙ୍କ ପାଖକୁ ଯିବାକୁ ଅସମର୍ଥ । ମହିଳା, ଶିଶୁ, ବୃଦ୍ଧ ଲୋକ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ଘାଣ୍ଟି ହେଉ ଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଚିକିତ୍ସା ସୁବିଧା ପ୍ରଦାନ କରାଯାଉନାହିଁ । ଏଥିସହ ଗାଁ ରେ କୂଅ, ନଳକୂପ ବନ୍ୟା ଜଳରେ ବୁଡ଼ି ରହିଥିବା ହେତୁ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।

ଏହା ବି ପଢନ୍ତୁ-ନିମାପଡାରେ ରିଲିଫ ବଣ୍ଟନରେ ଦୁର୍ନୀତି, ଅଭିଯୋଗ କରିବାକୁ ଚିହିକି ଉଠିଲେ ସରପଞ୍ଚଙ୍କ ସ୍ବାମୀ

ଏନେଇ ବାଧ୍ୟ ହୋଇ ଲୋକେ ବନ୍ୟା ଜଳରେ ବୁଡ଼ି ରହିଥିବା ଦୂଷିତ ନଳକୂପ ଜଳକୁ ବ୍ୟବହାର କରୁଛନ୍ତି । ଏହାଦ୍ବାରା ଅନେକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେଣି । ରନ୍ଧା ଖାଦ୍ୟ ଓ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଶାସନ ପକ୍ଷରୁ ଦିଆଯାଉ ନ ଥିବା ହେତୁ ଓଳିଏ ଖାଇଲେ ଓଳିଏ ଉପାସରେ ଦିନ କାଟୁଛନ୍ତି ବନ୍ୟା ବିପନ୍ନ । ଏନେଇ ବନ୍ୟା ବିପନ୍ନଙ୍କ ଦେବଦୂତ ସାଜିଛନ୍ତି ସ୍ବେଚ୍ଛାସେବୀ ସଂଗଠନ । କିଛି ସଙ୍ଗଠନ ପାଣି ଘେରରେ ଥିବା ଗାଁକୁ ଯାଇ ଅଳ୍ପ କିଛି ଖାଦ୍ୟ ସାମଗ୍ରୀ ଦେଇ ଆସୁଥିବା ହେତୁ ବନ୍ୟା ବିପନ୍ନଙ୍କ ଜୀବନ ବଞ୍ଚିଥିବା କୁହାଯାଉଛି ।

ସେପଟେ ପୁରୀ ଜିଲ୍ଲାପାଳ ବନ୍ୟା ବିପନ୍ନଙ୍କ ପାଇଁ ଖାଦ୍ୟ ସାମଗ୍ରୀ, ସ୍ବାସ୍ଥ୍ୟ ଟିମ୍ ବ୍ୟବସ୍ଥା ହୋଇଥିବା ଏବଂ ସବୁକିଛି ଠିକ ଚାଲିଥିବା କଥା ବାରମ୍ବାର ଗଣମାଧ୍ୟମକୁ ପ୍ରତିକ୍ରିୟା ରଖୁଥିବା ବେଳେ ଏବେ ବାସ୍ତବ ସ୍ଥିତି ପୁରୀ ଜିଲ୍ଲା ପ୍ରଶାସନର ବନ୍ୟା ପରିଚାଳନାରେ ସଂପୂର୍ଣ୍ଣ ଫେଲ ମାରିଥିବା ସ୍ପଷ୍ଟ ହୋଇଛି । ତେବେ ଗଣେଶ୍ବରପୁର ପଞ୍ଚାୟତର କୋସୋଲୋଦା ଗ୍ରାମରେ ଜଳବନ୍ଦୀ ଘେରରେ ଥିବା ଲୋକଙ୍କୁ ପ୍ରଶାସନ ସହଯୋଗ କରିବାରେ କେତେ ସଫଳ ହୋଇଛି ଏ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର।

ଇଟିଭି ଭାରତ, ପୁରୀ

Last Updated : Aug 26, 2022, 8:46 PM IST

ABOUT THE AUTHOR

...view details