ବ୍ରହ୍ମଗିରି: ଚିଲିକା ମଧ୍ୟରେ ଫସି ରହିଛି ଯାତ୍ରୀବାହୀ ଭସାପୋଲ । ଜହ୍ନିକୁଦାରୁ ସାତପଡା ଯାତ୍ରା ଆରମ୍ଭ କରିଥିବା ଏହି ଭସାପୋଲଟି ସନ୍ଧ୍ୟା ୫ଟା ସମୟରେ ଜହ୍ନିକୁଦା ଘାଟ ଛାଡ଼ିଥିଲା ।
ଫସି ରହିଥିବା ଭସାପୋଲରେ ୧୫ଟି ମଟୋର ସାଇକେଲ, ୫ଟି ଚାରିଚକିଆ ଯାନ ସମେତ ୫୦ରୁ ଊର୍ଦ୍ଧ୍ବ ଲୋକ ରହିଥିବା ଦେଖିବାକୁ ମିଳିଛି ।