ଓଡିଶା

odisha

ETV Bharat / state

ପୁରୀର ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟାଜଳ, ଚିନ୍ତାରେ ଚାଷୀ - ବନ୍ୟାଜଳ

ପୁରୀ ଗ୍ରାମାଞ୍ଚଳରେ ଦୟା, କୁଶଭଦ୍ରା, ଭାର୍ଗବୀ ନଦୀର ବନ୍ୟାଜଳ । ହଜାର ହଜାର ଚାଷ ଜମି ଜଳମଗ୍ନ ହୋଇଛି । ଫଳରେ ଚିନ୍ତାରେ ପଡିଛନ୍ତି ହଜାର ହଜାର ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Aug 17, 2019, 6:35 PM IST

ପୁରୀ: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ସାମ୍ଭବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଏବେ ନଈ କୂଳିଆ ଲୋକଙ୍କ ନିଦ ହଜାଇ ଦେଇଛି । ବନ୍ୟାଜଳ ଦୟା, ଭାର୍ଗବୀ ଓ କୁଶଭଦ୍ରା ନଦୀରେ ଆସିବାରୁ ଜିଲ୍ଲାର ପିପିଲି, କଣାସ, ସତ୍ୟବାଦୀ, ନିମାପଡା ଓ ସଦର ବ୍ଲକର ଅନେକ ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅନେକ ଗାଁରେ ଏବେ ବନ୍ୟା ପାଣି ପଶି ଯାଇଛି । ଫଳରେ ହଜାର ହଜାର ଚାଷ ଜମି ନଷ୍ଟ ହୋଇଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଲେଣି । ଫନି ମାଡ ପରେ ଚାଷୀ ଅଣ୍ଟା ସଳଖି ନଥିବା ବେଳେ ଏବେ ବନ୍ୟା ଜଳ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ।

ସୂଚନା ଅନୁସାରେ, ପିପିଲିର 11ଟି ପଞ୍ଚାୟତ, କଣାସର 15ଟି, ସତ୍ୟବାଦୀର 5 ଟି ଓ ନିମାପଡା 10 ଟି ପଞ୍ଚାୟତରେ ବନ୍ୟା ଜଳ ପଶି ହଜାର ହଜାର ହେକ୍ଟର ଚାଷ ଜଳମଗ୍ନ ହୋଇଛି । ସେହିପରି କୁଶଭଦ୍ରାର ବନ୍ୟାଜଳ ଉଚ୍ଛୁଳି ନିମାପଡାର ବିଭିନ୍ନ ଅଞ୍ଚଳକୁ ମାଡିଯାଇଛି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ । ଏପଟେ ତୁରନ୍ତ କ୍ଷତି ଗ୍ରସ୍ତ ଚାଷୀଙ୍କୁ ସରକାର କ୍ଷତିପୂରଣ ସହ ଦୁର୍ବଳ ନଦୀବନ୍ଧ ମରାମତିରେ ଦୁର୍ନୀତି କରିଥିବା ଅଫିସରଙ୍କ ବିରୋଧ କାର୍ଯ୍ୟନୁଷ୍ଠାନ ନେଇ ଦାବି ହୋଇଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details