ଓଡିଶା

odisha

ETV Bharat / state

17ରେ ପିପିଲି ଉପନିର୍ବାଚନ, ଆଜିଠୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ - ପିପିଲି ଉପନିର୍ବାଚନ

ଆଉ କେଇଟା ଦିନ ପରେ ପିପିଲି ଉପନିର୍ବାଚନ । ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ....

ପିପିଲି ଉପନିର୍ବାଚନ ପାଇଁ ଫ୍ଲାଗ ମାର୍ଚ୍ଚ ଆରମ୍ଭ
ପିପିଲି ଉପନିର୍ବାଚନ ପାଇଁ ଫ୍ଲାଗ ମାର୍ଚ୍ଚ ଆରମ୍ଭ

By

Published : Apr 14, 2021, 3:22 PM IST

Updated : Apr 14, 2021, 3:33 PM IST

ପୁରୀ: ଆଉ କିଛିଦିନ ପରେ ପୁରୀ ଜିଲ୍ଲା ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଆରମ୍ଭ କରିଦିଆଯାଇଛି । ସେହିପରି ବ୍ଲକରେ ଫ୍ଲାଗ ମାର୍ଚ୍ଚ ମଧ୍ୟ କରାଯାଇଛି ।

17ରେ ପିପିଲି ଉପନିର୍ବାଚନ, ଆଜିଠୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ

ସୂଚନା ଅନୁଯାୟୀ ଆଜି(ବୁଧବାର) ପିପିଲି ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୁରୀ ଏସପି କନଓ୍ୱର ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା, ପିପିଲି ଏସଡିପିଓ ଦେବଦତ୍ତ ବରାଳ ପିପିଲି ବିଜ୍ଞାପିତ ଅଞ୍ଚଳରୁ ଆରମ୍ଭ କରି ପିପିଲି ନିମାପଡା ଛକ, ପିପିଲି ହାଟ ଛକ, ବ୍ଲକ ଛକ ପର୍ଯ୍ୟନ୍ତ ଫ୍ଳାଗ୍ ମାର୍ଚ୍ଚ କରିଛନ୍ତି । ଅତି ସମ୍ବେଦନ ପ୍ରବଣ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ ।

କେନ୍ଦୀୟ ସୁରକ୍ଷା ବଳ ବିଏସଏଫ ଏବଂ ଓଡିଶା ପୋଲିସ ମିଳିତ ଭାବେ ଏହି ଫ୍ଲାଗ ମାର୍ଚ୍ଚ କରିଛନ୍ତି । ତେବେ 17 ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 14, 2021, 3:33 PM IST

ABOUT THE AUTHOR

...view details