ପୁରୀ: ପର୍ଯ୍ୟଟକ ଏଣିକି କୋଭିଡ ନେଗେଟିଭ ରିପୋର୍ଟ ଆଣିଲେ ହୋଟେଲରେ ରହିବାକୁ ଅନୁମତି ପାଇବେ । ପୁରୀ ହୋଟେଲ୍ ଆସୋସିଏସନ ସହିତ କୋରୋନା କଟକଣା ନେଇ ଜିଲ୍ଲା ପ୍ରଶାସନ ବୈଠକ କରିଛି । 5ଟି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ । 5ଟି ରାଜ୍ୟ ଯଥା ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ପଞ୍ଜାବ ଓ ମହାରାଷ୍ଟ୍ର ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ କଟକଣା ଲାଗୁ ହୋଇଛି ।
5ଟି ରାଜ୍ୟର ଲୋକଙ୍କୁ ବିନା କୋଭିଡ ରିପୋର୍ଟରେ ପୁରୀ ରହଣି ମନା - puri
ପର୍ଯ୍ୟଟକ ଏଣିକି କୋଭିଡ ନେଗେଟିଭ ରିପୋର୍ଟ ଆଣିଲେ ହୋଟେଲରେ ରହିବାକୁ ଅନୁମତି ପାଇବେ । ପୁରୀ ହୋଟେଲ୍ ଆସୋସିଏସନ ସହିତ କୋରୋନା କଟକଣା ନେଇ ଜିଲ୍ଲା ପ୍ରଶାସନ ବୈଠକ କରିଛି । ଅଧିକ ପଢନ୍ତୁ...
ବିନା କୋଭିଡ ରିପୋର୍ଟରେ ପୁରୀ ରହଣୀ ମନା
72 ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିଲେ ମିଳିବ ହୋଟେଲରେ ପ୍ରବେଶ ଅନୁମତି । ଏହା ବ୍ୟତୀତ ଯେଉଁ ପର୍ଯ୍ୟଟକ ଦୁଇଟି ପର୍ଯ୍ୟାୟ ଟିକା ନେଇଥିବେ, ସେମାନଙ୍କ ଉପରେ କଟକଣା ଲାଗିବ ନାହିଁ । ଏସବୁ ପ୍ରମାଣପତ୍ର ନଥିଲେ 7 ଦିନ ହୋମ ଆଇସୋଲେସନରେ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । କଟକଣା ଭାଙ୍ଗୁଥିବା ହୋଟେଲ୍ ବିରୁଦ୍ଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ