ବ୍ରହ୍ମଗିରି:ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜରେ କଟାସ ଗଣନା ଆରମ୍ଭ । ଚଳିତ ବର୍ଷ ପ୍ରଥମ ଥର ପାଇଁ ସାରା ଭାରତ ବର୍ଷରେ ଫିସିଙ୍ଗ କ୍ୟାଟ ବା କଟାସ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି । ପୁରୀ ଜିଲ୍ଲାରେ ତିନୋଟି ଜୋନ ହୋଇଥିବାବେଳେ ବ୍ରହ୍ମଗିରି ଅଧୀନ ଚିଲିକା ତଟବର୍ତ୍ତୀ ହରିଦାସ ଗ୍ରାମକୁ ଏକ ଜୋନ ଭାବେ ବିଭକ୍ତ କରାଯାଇଛି ।
ଭାରତ ବର୍ଷରେ ବାଘ, ଡଲଫିନ, କୁମ୍ଭୀର ଆଦି ଗଣନା ହୋଇଆସୁଛି । କଟାସ ମଧ୍ୟ ବନ୍ୟଜନ୍ତୁର ଅନ୍ତର୍ଭୁକ୍ତ ହୋଇଥିବାବେଳେ ଏଥିପ୍ରତି କାହାର ଦୃଷ୍ଟି ନଥିଲା । ଚଳିତ ବର୍ଷ ଏହାର ଗଣନା କରିବା ପାଇଁ ବନ୍ୟପ୍ରାଣୀ ବିଭାଗ, ଚିଲିକା ଉନ୍ନୟନ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଗଣନା କାର୍ଯ୍ୟ କରୁଛନ୍ତି ।