ପୁରୀ:କୋଣାର୍କ ଚନ୍ଦ୍ରଭାଗାର ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯିବା ସମୟରେ ଘଟିଲା ଅଘଟଣ। ଆଜି(ଶୁକ୍ରବାର) ଭୋରୁ ଗଭୀର ସମୁଦ୍ର ଗର୍ଭକୁ ମାଛ ଧରିବାକୁ ଯିବା ସମୟରେ ଓଲଟିଲା ମାଛ ଧରା ଡ଼ଙ୍ଗା। ଚନ୍ଦ୍ରଭାଗା ତେଲୁଗୁ ବସ୍ତିର 5 ମତ୍ସ୍ୟଜୀବୀ ଏକ ଡ଼ଙ୍ଗାରେ ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ ଯିବା ସମୟରେ ସମୁଦ୍ରର ଉଚ୍ଚ ଲହଡିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଡ଼ଙ୍ଗା।
ଚନ୍ଦ୍ରଭାଗାରେ ଓଲଟିଲା ମତ୍ସ୍ୟଜୀବୀ ଡ଼ଙ୍ଗା; 4 ଉଦ୍ଧାର, ଜଣେ ନିଖୋଜ - ଓଲଟିଲା ମତ୍ସ୍ୟଜୀବୀ ଡ଼ଙ୍ଗା, 4 ଉଦ୍ଧାର 1 ନିଖୋଜ
କୋଣାର୍କ ଚନ୍ଦ୍ରଭାଗାର ଗଭୀର ସମୁଦ୍ରରେ ଅଘଟଣ । ସମୁଦ୍ର ଗର୍ଭରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା । ଏଥିରେ 4 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ । ଅଧିକ ପଢନ୍ତୁ...
ଚନ୍ଦ୍ରଭଗା ସମୁଦ୍ରରେ ଓଲଟିଲା ମତ୍ସ୍ୟଜୀବୀ ଡ଼ଙ୍ଗା, 4 ଉଦ୍ଧାର 1 ନିଖୋଜ
ଚନ୍ଦ୍ରଭଗା ସମୁଦ୍ରରେ ଓଲଟିଲା ମତ୍ସ୍ୟଜୀବୀ ଡ଼ଙ୍ଗା, 4 ଉଦ୍ଧାର 1 ନିଖୋଜ
ତେବେ ଘଟଣାସ୍ଥଳରୁ 4 ତେଲୁଗୁ ମତ୍ସ୍ୟଜୀବୀ ଉଦ୍ଧାର ହୋଇଥିବାବେଳେ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ମଧ୍ୟ ନିଖୋଜ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିନାହିଁ । ନିଖୋଜ ମତ୍ସ୍ୟଜୀବୀଙ୍କ ନାଁ ଅପୋଲା ରାଜୁ ଓ ତାଙ୍କ ବୟସ 23 ବର୍ଷ । ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି ଜାରି ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ