ଓଡିଶା

odisha

ETV Bharat / state

ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ମାଛମରା ଉପରେ କଟକଣା - ମାଛ ମରା ଉପରେ କଟକଣା ନ୍ୟୁଜ

ବିରଳ ଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ତାଦାନ ଋତୁ ଆସିଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାର ସମୁଦ୍ରରେ ମାଛ ଧରିବା ଉପରେ କଟକଣା। ନଭେମ୍ବର ୧ ରୁ ଆରମ୍ଭ ହୋଇଥିବା ଏହି କଟକଣା ଆସନ୍ତା ମେ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅଧିକ ପଢନ୍ତୁ...

ବିରଳ ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷା ପାଇଁ ମାଛ ମରା ଉପରେ କଟକଣା
ବିରଳ ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷା ପାଇଁ ମାଛ ମରା ଉପରେ କଟକଣା

By

Published : Nov 3, 2020, 6:09 PM IST

ପୁରୀ: ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାର ସମୁଦ୍ରରେ ମାଛ ଧରିବା ଉପରେ କଟକଣା। ନଭେମ୍ବର ୧ ରୁ ଆରମ୍ଭ ହୋଇଥିବା ଏହି କଟକଣା ଆସନ୍ତା ମେ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ବିରଳ ଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ତାଦାନ ଋତୁ ଆସିଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏହି କଟକଣା ଲାଗୁ ହୋଇଛି। କଟକଣାକୁ ଉଲ୍ଲଂଘନ କଲେ ଡ଼ଙ୍ଗା ଓ ଟ୍ରଲର ଜବତ ସହ ଜୋରିମାନାର ବ୍ୟବସ୍ଥା କରାଯାଇଛି।

ପ୍ରତିବର୍ଷ ନଭେମ୍ବରରୁ ମେ ମଧ୍ୟରେ ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ତାଦାନ ପାଇଁ ରାଜ୍ୟର ଋଷିକୁଲ୍ୟା, ଦେବୀନଦୀ ମୁହାଣକୁ ଆସିଥାନ୍ତି। ତେବେ ସମୁଦ୍ର ମଧ୍ୟରେ ମୋଟର ଚାଳିତ ଡ଼ଙ୍ଗା, ବେଆଇନ୍ ଟ୍ରଲର ଚଳାଚଳ ଯୋଗୁଁ ସେମାନେ ବହୁ ସଂଖ୍ୟାରେ ମୃତ୍ୟୁବରଣ କରିଥାନ୍ତି।

ବିରଳ ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷା ପାଇଁ ମାଛ ମରା ଉପରେ କଟକଣା

ଏହାସହ ଜୈବ ବିବିଧତା ମଧ୍ୟ ନଷ୍ଟ ହୋଇଥାଏ। ଏଣୁ ଏମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ଜଙ୍ଗଲ ବିଭାଗ ପକ୍ଷରୁ ମାଛଧରା ଉପରେ କଟକଣା ଲଗାଯାଇଥାଏ। ତେବେ ନଭେମ୍ବର ୧ ରୁ ମେ ୩୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ କହିଛନ୍ତି।

ଦେବୀନଦୀ ମୁହାଣ ଠାରୁ ୨୦ କି.ମି ପରଧି ଏବଂ ଅନ୍ୟ ନଦୀ ମୁହାଣ ଓ ସମୁଦ୍ର ଠାରୁ ୫ କି.ମି ପରଧି ମଧ୍ୟରେ ମାଛ ଧରାକୁ ସଂପୁର୍ଣ୍ଣ ବ୍ୟାନ୍ କରାଯାଇଛି। ତଟରକ୍ଷୀ ବାହିନୀ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ। ମାଛଧରା କଟକଣାକୁ ଉଲ୍ଲଘଂନ କଲେ ଜୋରିମାନା, ଜେଲଦଣ୍ତ ସହ ଟ୍ରଲର ଓ ଡ଼ଙ୍ଗା ଜବତ କରାଯିବ।

ପ୍ରତିବର୍ଷ କଟକଣା ଓ ପାଟ୍ରୋଲିଂ ସତ୍ତ୍ବେ ବହୁ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଚ ମୃତ୍ୟୁ ବରଣ କରିଥାନ୍ତି। ଅନ୍ୟପଟେ କୋରୋନା କଟକଣା ଯୋଗୁଁ ଦୀର୍ଘ ୪ ମାସ ହେବ ସମୁଦ୍ରରେ ମାଛ ମାରିବା ନେଇ ମତ୍ସ୍ୟଜୀବୀଙ୍କ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା।

ଯାହା ଫଳରେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା। ଆଉ ଏବେ କଇଁଚଙ୍କ ଅଣ୍ତାଦାନ ସମୟ ଆସିଥିବାରୁ ସମୁଦ୍ରରେ ମାଛ ମାରିବା ନେଇ ପ୍ରଶାସନର କଟକଣାକୁ ମତ୍ସ୍ୟଜୀବୀ ମାନେ ସ୍ବାଗତ କରିଥିବା ବେଳେ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ପ୍ରଶାସନକୁ ମତ୍ସ୍ୟଜୀବୀମାନେ ଅନୁରୋଧ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details