ଓଡିଶା

odisha

ETV Bharat / state

ଲକ ଡାଉନ ସାଧୁଛି ଦାଉ, ହତାଶ ସମୁଦ୍ର କୁଳିଆ ମତ୍ସ୍ୟଜୀବୀ - ଲକଡାଉନ

କୋରୋନା ପାଇଁ ସାରାଦେଶ ଲକଡାଉନ ଥିବା ବେଳେ ହତାସ ହୋଇ ପଡ଼ିଛନ୍ତି ସମୁଦ୍ର କୁଳିଆ ମତ୍ସ୍ୟଜୀବୀ । ଜୀବିକା ହରାଇବା ପରଠୁ ପୁରୀ ଜିଲ୍ଲାର 50 ହଜାରୁ ଉର୍ଦ୍ଧ୍ବ ମତ୍ସଜୀବୀ ଭୋକ ଉପାସରେ ଦିନ କାଟୁଛନ୍ତି । ଅଧିକ ପଢନ୍ତୁ...

Fishermen are desperate for a lockdown
ଲକଡାଉନ ଯୋଗୁଁ ହତାଶରେ ସମୁଦ୍ର କୁଳିଆ ମତ୍ସଜୀବୀ

By

Published : May 7, 2020, 10:20 PM IST

ପୁରୀ: କୋରୋନା ପାଇଁ ସାରାଦେଶ ଏବେ ଲକଡାଉନ ସ୍ଥିତିରେ । ଆଉ ଏଥିରେ ହତାସ ହୋଇ ପଡ଼ିଛନ୍ତି ମତ୍ସ୍ୟଜୀବୀ । ଲକଡାଉନ ପରଠାରୁ ବିଶେଷ କରି ସମୁଦ୍ର କୁଳିଆ ମତ୍ସଜୀବୀଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି । ସମୁଦ୍ର ଭିତରକୁ ମାଛ ମାରି ଯିବାକୁ କଟକଣା ଯୋଗୁଁ ପୁରୀର ଅସ୍ତରଙ୍ଗର ମତ୍ସ୍ୟଜୀବୀ ଅବସ୍ଥା ବେହାଲ । ରୋଜଗାର ନ ଥିବା ହେତୁ ଘର ଚଳାଇବା କଠିକାର ପାଠ ହୋଇ ପଡ଼ିଲାଣି । ଏଭଳି କଟକଣା ଅନିଶ୍ଚିତତା ଭିତରେ ରହିଲେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ବୁଡିଯିବ ବୋଲି ସେମାନେ କହିଛନ୍ତି।

ଲକଡାଉନ ଯୋଗୁଁ ହତାଶରେ ସମୁଦ୍ର କୁଳିଆ ମତ୍ସଜୀବୀ

ତେବେ ଜୀବିକା ହରାଇବା ପରଠୁ ପୁରୀଜିଲ୍ଲାର 50 ହଜାରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ଭୋକ ଉପାସରେ ଦିନ କାଟୁଛନ୍ତି । କୂଳରେ ସହ ସହ ମାଛଧରା ଡ଼ଙ୍ଗା ପଡିଥିବା ବେଳେ ମାଛ ଗୋଦାମ ବି ଖାଲି ପଡିଛି । ଏପଟେ ଅସ୍ତରଙ୍ଗ ଥାନା ଅଧିକାରୀ ସମୁଦ୍ର ଭିତରକୁ ମତ୍ସଜୀବୀ ମାନେ କିପରି ନଯିବେ ସେଥିପାଇଁ କଡା ନଜର ରଖିଛି ।

ବିଶେଷ କରି ଜଳପଥରେ ବେଆଇନ ଭାବେ ଅନ୍ୟ ରାଜ୍ୟରୁ ଅନେକ ଲୋକ ଆସିବା ସମ୍ଭାବନା ଥିବାରୁ ସମୁଦ୍ରକୁ ମାଛ ମାରି ଯିବାକୁ ପୁରୀ ଜିଲ୍ଲା ପ୍ରଶାସନ କଡା କଟକଣା କରିଛି । ପୁରୀର ସମସ୍ତ ମେରାଇନ ଥାନା ପକ୍ଷରୁ 24 ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details