ଓଡିଶା

odisha

ETV Bharat / state

ପାର୍ବତୀ ସାଗର ପୁଷ୍କରିଣୀରେ ମାଛ ମଡକ

ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିର ପରିସରରେ ଥିବା ପାର୍ବତୀ ସାଗର ପୁଷ୍କରିଣୀରେ ମାଛ ମଡକ । ଶହ ଶହ ମାଛ ମରିପଡିଥିବା ବେଳେ ଦୂଷିତ ପାଣିକୁ ଦୋଷ ଦେଲେ ସେବାୟତ ।

ଡିଜାଇନ ଫଟୋ

By

Published : Sep 22, 2019, 5:16 PM IST

ପୁରୀ: ଲୋକନାଥ ମନ୍ଦିର ପରିସରରେ ଥିବା ପାର୍ବତ ସାଗର ପୁଷ୍କରିଣୀରେ ମାଛ ମଡକ । ଶହ ଶହ ମାଛ ମରି ପଡିଥିବା ଦେଖିବାକୁ ମିଳିଛି । ଦୂଷିତ ଜଳ କାରଣରୁ ଏଭଳି ଘଟିଥିବା ଅଭିଯୋଗ କରିଛନ୍ତି ଲୋକନାଥ ମନ୍ଦିର ସେବକ । ଯାହାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିବା ବାରଣ ଥିବା ସତ୍ତ୍ବେ ସ୍ଥାନୀୟ ଲୋକେ ବାରମ୍ବାର ମୂର୍ତ୍ତି ବିସର୍ଜନ କରୁଛନ୍ତି । ଯାହା ଫଳରେ ମୂର୍ତ୍ତିରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଯୋଗୁଁ ପୁଷ୍କରିଣୀ ଦୂଷିତ ହେବାରେ ଲାଗିଛି । ଯାହା ଫଳରେ ମାଛ ମରିପଡିଥିବା ମନ୍ଦିର ସେବକ ଅଭିଯୋଗ କରିଛନ୍ତି ।

ଏପରିକି ପୁଷ୍କରିଣୀର ଜଳ ଏତେ ମାତ୍ରାରେ ଦୂଷିତ ଯାହା ସ୍ନାନ ପାଇଁ ଉପଯୋଗୀ ନୁହେଁ । ଆଗକୁ କାର୍ତ୍ତିକ ମାସ ଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁ ଲୋକନାଥ ମନ୍ଦିର ଆସିବେ । ତେବେ ପୁଷ୍କରିଣୀର ଏଭଳି ଅବ୍ୟବସ୍ଥା ଶ୍ରଦ୍ଧାଳୁଙ୍କ ପାଇଁ ଅଡୁଆ ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି । ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details