ପୁରୀ:ଓଡ଼ିଶାବାସୀଙ୍କ ପ୍ରମୁଖ ପର୍ବ ତଥା ଜଗତର ନାଥ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ କାଠ । ୨୦୨୩ ରଥଯାତ୍ରା ପାଇଁ ନୟାଗଡ଼ର ଦଶପଲ୍ଲା ରେଞ୍ଜରୁ ଆସିଛି ରଥକାଠ। ୩ଟି ଟ୍ରକ୍ରେ ପ୍ରଥମ ପର୍ଯ୍ୟାୟ ଆସିଛି ୧୦୪ଟି ରଥ କାଠ ଆସି ପହଞ୍ଚିଛି । ପର୍ଯ୍ୟାୟକ୍ରମେ ଅନ୍ୟ କାଠଗୁଡ଼ିକ ଟ୍ରକରେ ଅଣାଯାଇ ପୁରୀରେ ପହଞ୍ଚିବ । ରଥକାଠ ଶୀକ୍ଷେତ୍ରରେ ପହଞ୍ଚିବା ପରେ କିପରି ରଥଯାତ୍ରା ସୁରୁଖୁରୁରେ ଶେଷ ହେବ ସେ ନେଇ ସେବାୟତମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଏହି ପ୍ରଥମ ପର୍ଯ୍ୟାୟ କାଠ ମଧ୍ୟରେ ୧୨ ଫୁଟିଆ ଓ ୨୦ ଫୁଟିଆ ଅସନ ଧଉରା କାଠ ଆସିଛି। ଏଥିରୁ ୩ଟି ଧଉରା କାଠ ଆସନ୍ତା ସରସ୍ଵତୀ ପୂଜାରେ ରଥଖଳାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହେବ। ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୭୪୭ ଖଣ୍ଡ କାଠର ଆବଶ୍ୟକତା ରହିଛି । ପୂର୍ବ ବର୍ଷ ୧୧୮ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମହଜୁଦ ରହିଛି । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥାଏ । ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ଆଜି ୩ଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି ୧୦୪ ଖଣ୍ଡ ଧଉରା ଓ ଅସନ କାଠ।
ଏହା ବି ପଢନ୍ତୁ- Patient Stuck Inside Lift: ଆସୁଥିଲେ ଗୁରୁତର ରୋଗୀ, ଅଚଳ ହେଲା ଲିଫ୍ଟ