ଓଡିଶା

odisha

ETV Bharat / state

Ratha Yatra 2023: ଶୃଙ୍ଖଳିତ ରଥଯାତ୍ରା ଲକ୍ଷ୍ୟ, ସମନ୍ୱୟ କମିଟି ବୈଠକରେ ହେବ ଆଲୋଚନା

ରଥଯାତ୍ରା ପାଇଁ ଆସନ୍ତାକାଲି ପ୍ରଥମ ସମନ୍ୱୟ କମିଟି ବୈଠକ । ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ଆୟୋଜନ ନେଇ ହେବ ଆଲୋଚନା । ଅଧିକ ପଢ଼ନ୍ତୁ

By

Published : Apr 10, 2023, 8:42 PM IST

first preparation meeting for ratha yatra
ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ

ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆସନ୍ତାକାଲି(ମଙ୍ଗଳବାର) ରଥଯାତ୍ରା ନେଇ ପ୍ରଥମ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହେବ । ପୁରୀସ୍ଥିତ ଟାଉନ ହଲରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜନ କରାଯିବ । ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ପ୍ରତିନିଧି ଉପସ୍ଥିତ ରହିବେ ।

ଚଳିତ ବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ଆୟୋଜନ ହେବ ସେନେଇ ବୈଠକରେ ଆଲୋଚନା କରାଯିବ । ଏହି ପରିପ୍ରେକ୍ଷୀରେ ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ପ୍ରତିକ୍ରିୟା ଦେଇ କହିଛନ୍ତି,"ଚଳିତ ବର୍ଷ ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଣୁ ଭକ୍ତଙ୍କ ଯାତାୟତ ସୁବିଧା, ଶୃଙ୍ଖଳିତ ଦର୍ଶନ, ବିଭିନ୍ନ ମୌଳିକ ସୁବିଧାକୁ ସୁଦୃଢ଼ କରିବା, ଶୃଙ୍ଖଳିତ ରଥ ଟଣା ଉପରେ ଆଲୋଚନା ଓ ବିଚାର ବିମର୍ଶ ହେବ ।"

ଏହା ମଧ୍ୟ ପଢ଼ନ୍ତୁ:Ratha Yatra 2023: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ପୋଲିସର ପ୍ରସ୍ତୁତି ଆରମ୍ଭ

ଅନ୍ୟପଟେ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଫଳରେ ଯାତାୟତରେ ବାଧା ଉପୁଜିବା ଆଶଙ୍କା ରହିଛି । ଏଣୁ ରଥଯାତ୍ରା ପୁର୍ବରୁ କିଭଳି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ସେନେଇ ବୈଠକରେ ଆଲୋଚନା ହେବ ବୋଲି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି । ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ ପାନୀୟ ଜଳ, ଲାଇଟ ବ୍ୟବସ୍ଥା, ରାସ୍ତା ଘାଟ ମରାମତି, ଡ୍ରେନେଜ ନିର୍ମାଣ, ସୁରକ୍ଷା ବ୍ୟବସ୍ଥା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଅଧିକାରୀଙ୍କ ସହ ଆଲୋଚନା କରାଯିବ । ଅନ୍ୟପଟେ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ରଥଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥଯାତ୍ରାରୁ ନୀଳାଦ୍ରି ବିଜେ ଯାଏଁ କିଭଳି ଭକ୍ତ ଶୃଙ୍ଖଳାରେ ଦର୍ଶନ କରିବେ ଓ ଟ୍ରାଫିକ ବ୍ୟବସ୍ଥା ସବୁ ବ୍ୟବସ୍ଥିତ ହୋଇପାରିବ ସେନେଇ ସ୍ଥିତି ଅନୁଧ୍ୟାନ କରାଯାଇଛି ।

ଆସନ୍ତା ୨୩ ତାରିଖରେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଶୁଭାରମ୍ଭ ହେବ । ବିଶ୍ଵକର୍ମା ମହାରଣାମାନେ ପାରମ୍ପରିକ ପୂଜାର୍ଚ୍ଚନା କରି ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ । ସେହିପରି ଜୁନ ୪ ତାରିଖରେ ସ୍ନାନ ପୂର୍ଣ୍ଣିମା ଥିବାବେଳେ ଜୁନ ୨୦ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ । ସେହିଭଳି ୨୮ ତାରିଖରେ ବାହୁଡ଼ା ଯାତ୍ରା ସହ 29 ତାରିଖରେ ସୁନାବେଶ ଏବଂ ଜୁଲାଇ ୧ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details