ପୁରୀ:ଭାର୍ଗବୀ ନଦୀର ଜଳସ୍ତର ବୃଦ୍ଧି ବନ୍ୟା ପରିସ୍ଥିତି ସୃଷ୍ଟି । ଏନେଇ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପୁରୀ ସହର ଉପକଣ୍ଠରେ ବନ୍ୟାଜଳ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ପୁରୀ ସଦର କାଶୀହରିପୁର ପଞ୍ଚାୟତ ମଙ୍ଗରାଜପୁର ବାଇପାସ୍ ନିକଟରେ ଘର କରି ରହିଥିବା ଲୋକଙ୍କ ଘରେ ବନ୍ୟାଜଳ ପଶିଯାଇଛି । ସେପଟେ ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।
ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ - ପ୍ରଭାବିତ ଲୋକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ପୁରୀ ସଦର କାଶୀହରିପୁର ପଞ୍ଚାୟତ ମଙ୍ଗରାଜପୁର ବାଇପାସ୍ ନିକଟରେ ଘର କରି ରହିଥିବା ଲୋକଙ୍କ ଘରେ ବନ୍ୟାଜଳ ପଶିଯାଇଛି । ସେପଟେ ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଅଧିକ ପଢନ୍ତୁ
ତେବେ ବୋଟ ଯୋଗେ ଅଗ୍ନିଶମ ବିଭାଗର ପ୍ରାୟ ୧୦ଜଣ କର୍ମଚାରୀ ୫୦ରୁ ଉର୍ଦ୍ଧ ଲୋକଙ୍କୁ ଉଦ୍ଧାର କରି ଉଚ୍ଚା ସ୍ଥାନକୁ ଆଣିଥିବା ଜଣାପଡିଛି । ଭାର୍ଗବୀ ନଦୀର ବନ୍ୟାଜଳ ମଙ୍ଗରାଜପୁରରେ ପଶିଥିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି । ଏନେଇ ଘର ଭିତରେ ବିଭିନ୍ନ ବିଷାକ୍ତ ସରୀସୃପ ପଶି ଯାଉଥିବାରୁ ଛୋଟ ଛୁଆଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଭୟଭୀତ ଅବସ୍ଥାରେ ରହିଥିଲେ । ଏଥିସହ ବନ୍ୟାଜଳ ପଶିଥିବାରୁ ଲୋକଙ୍କ ଘରେ ଚୁଲି ଜଳିନଥିଲା ଫଳରେ ସମସ୍ତେ ଭୋକ ଉପାସରେ ରାତି କାଟିଥିବା ନେଇ କହିଛନ୍ତି । ତେବେ ଉଦ୍ଧାର ପରେ ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ପୁରୀ