ପୁରୀ: ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ଼ର ବେଲଦଳ ନିକଟ ବାଲୁଖଣ୍ଡ ଅଭୟାରଣ୍ୟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ଶହଶହ ଗଛ ଜଳିଯାଇଛି । ତେବେ ସବୁଠୁ ବଡ଼ କଥା ହେଉଛି ଅଭୟାରଣ୍ୟରେ ଥିବା ଅନେକ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।
ବାଲୁଖଣ୍ଡ ଅଭୟାରଣ୍ୟରେ ଅଗ୍ନିକାଣ୍ଡ - ପୁରୀ ଅଭୟାରଣ୍ୟରେ ଅଗ୍ନିକାଣ୍ଡ
ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ଼ର ବେଲଦଳ ନିକଟ ବାଲୁଖଣ୍ଡ ଅଭୟାରଣ୍ୟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ଶହଶହ ଗଛ ଜଳିଯାଇଛି । ଅଧିକ ପଢନ୍ତୁ
ବାଲୁଖଣ୍ଡ ଅଭୟାରଣ୍ୟରେ ଅଗ୍ନିକାଣ୍ଡ
ବାଲୁଖଣ୍ଡ ଅଭୟାରଣ୍ୟରେ ଅଗ୍ନିକାଣ୍ଡ
ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରିନାହିଁ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ କେହି ଜଙ୍ଗଲରେ ଭୋଜି କରୁଥିବା ବେଳେ ନିଆଁ ଲାଗି ଜଙ୍ଗଲକୁ ବ୍ୟାପି ଯାଇଥିବା ସନ୍ଦେହ କରାଯାଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ