ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ ଭାଇରାଲ ଘଟଣା; ଥାନାରେ ଏତଲା - ଶ୍ରୀମନ୍ଦିର ଭିଡିଓ ଭାଇରାଲ ମାମଲା

ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ବାର ଥାନାରେ ଏତଲା । ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଓ ଶ୍ରୀମନ୍ଦିର କାର୍ଯ୍ୟଳୟ ଥାନାରେ ଏତଲା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Oct 28, 2019, 9:08 PM IST

ପୁରୀ: ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ବାର ଥାନାରେ ଏତଲା । ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏହି ଏତଲା ଦିଆଯାଇଛି । ଏହା ସହିତ ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ ଭାଇରାଲ କରିଥିବା ଯୁବତୀଙ୍କୁ ଗିରଫ କରିବାକୁ ଦାବି କରିଛି ଜିଲ୍ଲା ଯୁବ ଅଧିବକ୍ତା ସଂଘ । ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟ ମଧ୍ୟ ନିୟମ ଉଲଂଘନ କରିଥିବା ହେତୁ ଯୁବତୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ କହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅନ୍ୟପକ୍ଷରେ ଶ୍ରୀମନ୍ଦିରର କୋହଳ ତଥା ଅବହେଳା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି ଜିଲ୍ଲା ଯୁବ ଅଧିବକ୍ତା ସଂଘ। ସରକାର 75 ମିଟର ସୁରକ୍ଷାକୁ ନେଇ ବ୍ୟାପକ କାର୍ଯ୍ୟ କରୁଥିବା ବେଳେ ଶ୍ରୀମନ୍ଦିରର ଭିତର ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରୁଥିବା ସଂଘ କହିଛି । ଶ୍ରୀମନ୍ଦିର ସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଥିବା କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି କହି ଆସୁଛି । ହେଲେ ଏହି ଘଟଣା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି ସଂଘ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details