ପୁରୀ: ସୂର୍ଯ୍ୟପରାଗରେ ହେତୁବାଦୀ ସମାଜ ଚିକେନ ବିରିୟାନୀ ଖାଇବା ଓ ବାଣ୍ଟିବା(Rationalists Ate Chicken Biryani During Solar Eclipse) ପ୍ରସଙ୍ଗରେ ବିବାଦ ଥମିବାର ନାଁ ନେଉନାହିଁ । ଆଜି ପୁଣି ହେତୁବାଦୀ ସଙ୍ଗଠନ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ରାଜ୍ୟ ଶାକଦ୍ଵିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଓଡିଶା ପକ୍ଷରୁ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ସୂର୍ଯ୍ୟପରାଗରେ ବିରିୟାନୀ ଖାଇବା ଘଟଣା, ହେତୁବାଦୀ ସମାଜ ବିରୋଧରେ ଏତଲା
ରାଜ୍ୟ ଶାକଦ୍ଵିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଓଡିଶା ପକ୍ଷରୁ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଛି । ହେତୁବାଦୀ ସଙ୍ଗଠନର କାର୍ଯ୍ୟକର୍ତ୍ତା ପ୍ରତାପ ରଥ, ଦେବେନ୍ଦ୍ର ସୂତରା ଏବଂ ଅନ୍ୟ ସଦସ୍ୟମାନେ ସୂର୍ଯ୍ୟପରାଗ ଦିନ ଚିକେନ୍ ବିରିୟାନୀ ଖାଇବା ଓ ବାଣ୍ଟିବା ସହ ହିନ୍ଦୁ ଧର୍ମ, ସଂସ୍କୃତି, ପରମ୍ପରା ତଥା ଜ୍ୟୋତିଷ ଶାସ୍ତ୍ର ଉପରେ ଘୃଣ୍ୟ ମନ୍ତବ୍ୟ ଦେଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ହେତୁବାଦୀ ସମାଜର ଏଭଳି ମନ୍ତବ୍ୟ କୋଟିକୋଟି ହିନ୍ଦୁମାନଙ୍କର ଧର୍ମୀୟ ଭାବନାକୁ କୁଠାରଘାତ କରିଛି । ତେଣୁ ଜିଲ୍ଲା ଦୈବଜ୍ଞ ବ୍ରାହ୍ମଣ ସଂଘ ପୁରୀ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଥିବା ବେଳେ ତୁରନ୍ତ ହେତୁବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି । ସେହିପରି ଚନ୍ଦ୍ରଗ୍ରହଣ ଦିନ ମଧ୍ୟ ହେତୁବାଦୀ ସଙ୍ଗଠନ ଚିକେନ ବିରିୟାନୀ ଖାଇବେ ଏବଂ ବାଣ୍ଟିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିଥିବା ବେଳେ ଏଥିରୁ ନିବୃତ ରହିବା ପାଇଁ ଦୈବଜ୍ଞ ବ୍ରାହ୍ମଣ ସଂଘ ଚେତାବନୀ ଦେଇଛି ।