ଓଡିଶା

odisha

ETV Bharat / state

ଲକଡାଉନ ନିୟମ ଉଲ୍ଲଘଂନ: 36 ହଜାରରୁ ଊର୍ଦ୍ଧ୍ବ ଜୋରିମାନା ଆଦାୟ - ଲକଡାଉନ

ଲକଡାଉନ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ । ପୁରୀ ଜିଲ୍ଲାରେ ଲକଡାଉନ ନିୟମକୁ ପୋଲିସ କଡାକଡି କରିଛି । ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମେତ ଜୋରିମାନା ଆଦାୟ ମଧ୍ୟ କରାଯାଉଛି। ଅଧିକ ପଢନ୍ତୁ...

ଲକଡାଉନ ନିୟମ ଉଲ୍ଲଘଂନ
ଲକଡାଉନ ନିୟମ ଉଲ୍ଲଘଂନ

By

Published : May 8, 2021, 9:07 AM IST

ପୁରୀ: ଲକଡାଉନ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ । ପୁରୀ ଜିଲ୍ଲାରେ ଲକଡାଉନ ନିୟମକୁ ପୋଲିସ କଡାକଡି କରିଛି। ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମେତ ଜୋରିମାନା ଆଦାୟ ମଧ୍ୟ କରାଯାଉଛି। ଲକଡାଉନର ତୃତୀୟ ଦିନରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ 29 ଦୋକାନକୁ ସିଲ କରାଯାଇଛି।

କୋଭିଡ ଗାଇଡ଼ଲାଇନ ଉଲ୍ଲଘଂନ ଘଟଣାକୁ ନେଇ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ମାସ୍କ ନ ପିନ୍ଧିବାକୁ ନେଇ ପୁରୀ ପୋଲିସ ପକ୍ଷରୁ ଅମାନିଆଙ୍କୁ ଫାଇନ କରାଯାଉଛି । ଲକଡାଉନର ତୃତୀୟ ଦିବସରେ 358 ଜଣ ଅମାନିଆଙ୍କ ଠାରୁ 36 ହଜାର 100 ଟଙ୍କା ମାସ୍କ ନ ପିନ୍ଧିବାକୁ ନେଇ ଜୋରିମାନା କରାଯାଉଛି । ତେବେ ଲକଡାଉନରେ କୋଭିଡ କଟକଣାକୁ ସମସ୍ତେ ମାନି ଚାଲିବାକୁ ପୁରୀ ପୋଲିସ ପକ୍ଷରୁ ପୁଣି ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details