ଓଡିଶା

odisha

By

Published : Apr 2, 2023, 1:51 PM IST

ETV Bharat / state

ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ, ବିଚ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତାକୁ ନେଇ ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକଙ୍କୁ ଆକ୍ରମଣ । ସ୍ପଷ୍ଟ ଦିବା ଲୋକରେ କାଳିକାଦେବି ସାହିରେ ବୁଲିଲା ଖଣ୍ଡା । ଅଧିକ ପଢନ୍ତୁ

ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ
ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ

ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ

ପୁରୀ:ସହରରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ । ସ୍ପଷ୍ଟ ଦିବା ଲୋକରେ କାଳିକାଦେବି ସାହିରେ ବୁଲିଲା ଖଣ୍ଡା । ପୂର୍ବ ଶତ୍ରୁତାକୁ ନେଇ ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ କାଳିକାଦେବି ସାହି କିଶନ ରଣା । ପୂର୍ବ ଶତ୍ରୁତାକୁ ନେଇ କିଶନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ଖବରପାଇ ଘଟଣାସ୍ଥଳରେ ପୁରୀ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହି ଆକ୍ରମଣ ପଛରେ କାହାର ହାତ ରହିଛି, କାହିଁକି ଏହି ଘଟଣା ଘଟିଲା ? ପୂର୍ବରୁ ଆହତ କିଶନ ସହିତ କାହାର ଗଣ୍ଡଗୋଳ ହୋଇ ଥିଲା କି ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏହି ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏଭଳି କାଣ୍ଡ ଘଟାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛି ପୋଲିସ । ତେଣୁ ବିଭିନ୍ନ ସ୍ଥାନରେ ଚଢାଉ କରି ଖୁବ ଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି ଆଶା କରାଯାଉଛି ।

ଗତ କିଛି ଦିନ ହେବ ପୁରୀ ସହର ଅଶାନ୍ତ ହୋଇପଡ଼ିଛି । ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣ ବଢ଼ିବାରେ ଲାଗିଛି । କିଛି ଦିନ ତଳେ ପୁରୀ ବଡ ଦାଣ୍ଡର ମାର୍କେଟ ଛକରେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ଖଣ୍ଡାରେ ପରସ୍ପର ଆକ୍ରମଣ କରିଥିଲେ । ଏଥିରେ ୩ ଜଣ ଆହତ ହୋଇଥିଲେ । ସେହିପରି କିଛି ଦିନ ତଳେ ଶ୍ରୀ ମନ୍ଦିର ଯାତ୍ରୀ ଗୁମାସ୍ତା ଓ ସେବାୟତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଖଣ୍ଡାରେ ଆକ୍ରମଣ ହୋଇଥିଲା ।

ତେବେ ପୁରୀରେ ଦିନକୁ ଦିନ ବିଚ୍ ରାସ୍ତାରେ କିଛି ନିଶା ଶକ୍ତ ଯୁବକମାନେ ମାରଣାସ୍ତ୍ର ଧରି ଛୋଟ ଛୋଟ କଥାରେ ବଚସାକୁ ନେଇ ଗଣ୍ଡଗୋଳ କରୁଛନ୍ତି । ପୋଲିସ୍ ଓ ଆଇନ କାନୁନକୁ ଜମା ବି ଭୟ କରୁନାହାନ୍ତି । ତେବେ ଶ୍ରୀକ୍ଷେତ୍ର ଭଳି ଆଧ୍ୟାତ୍ମିକ ନଗରୀରେ ଖୁଲମ୍ ଖୁଲା ଅପରାଧୀଙ୍କ ରାଜକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।ଏହା ଉପରେ ରୋକ୍ ଲଗାଇବା ପାଇଁ ପୋଲିସ୍ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ଅପରାଧ ବଢିବ ବୋଲି ଆଶଙ୍କା କରାଯାଉଛି । ସେପଟେ ପୁରୀ ଅତିରିକ୍ତ ଏସପି ମିହିର ପଣ୍ଡା କହିଛନ୍ତି," ପୁରୀରେ କ୍ରାଇମକୁ କଦାପି ବି ବରଦାସ୍ତ କରାଯିବ ନାହିଁ । ଅପରାଧୀଙ୍କ ବିରୋଧରେ ପୋଲିସ୍ କଡ଼ା ପଦକ୍ଷେପ ନେଉଛି । ଯଦି କୌଣସି ସ୍ଥାନରେ ଅପରାଧ ଘଟୁଛି ଅବା ସମ୍ଭାବନା ରହିଛି ତୁରନ୍ତ ପୋଲିସକୁ ଜଣାଇଲେ କଡ଼ା ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details