ପୁରୀ: ସମ୍ଭାବ୍ୟ ବାତ୍ୟାକୁ ନେଇ ପୁରୀ ଜିଲ୍ଲା ଚାଷୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ଫସଲ କ୍ଷତି ଆଶଙ୍କାରେ ଅଧା ପାଚିଲା ଧାନ କାଟି ନେଉଛନ୍ତି ଚାଷୀ । ଋଣ କିଭଳି ସୁଝିବେ ଚିନ୍ତାରେ ପ୍ରଶାସନ ପକ୍ଷରୁ ଫସଲ କାଟି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଚାର ପରେ ଚାଷୀ ବିଲରୁ ଧାନ କାଟିବା ଆରମ୍ଭ କରି ଦେଇଛନ୍ତି ।
ତେବେ ବିଡ଼ମ୍ବନାର ବିଷୟ ହେଉଛି କି, ଏବେବି ଶତାଧିକ ଏକର ଚାଷ ଜମିରେ ଧାନ ଫସଲ ମାତ୍ର ୩୦ ରୁ ୫୦ ପ୍ରତିଶତ ହୋଇଛି । ଅଧିକାଂଶ ସ୍ଥାନରେ ଧାନ ପାଚିନାହିଁ । ବାତ୍ୟା ଭୟକୁ ଦୃଷ୍ଟିରେ ରଖି ଚାଷୀ କଞ୍ଚା ଧାନକୁ କାଟି ନେଉଛି । ସମ୍ପୂର୍ଣ୍ଣ ଫସଲ ନଷ୍ଟ ହେବା ଅପେକ୍ଷା ଅଳ୍ପ କିଛି ଫସଲ ଅମଳ କରିନେବା ଲକ୍ଷ୍ୟ ନେଇ ଚାଷୀ ବାଧ୍ୟ ହୋଇ ଅଧା ପାଚିଲା ଧାନକୁ କାଟି ନେଉଛି । ଗତ ଫନି, ୟସ ବାତ୍ୟାରେ ପୁରୀ ଜିଲ୍ଲାରେ ବ୍ୟାପକ ଫସଲ କ୍ଷୟକ୍ଷତି ଘଟିଥିଲା ।