ଓଡିଶା

odisha

ETV Bharat / state

ମଣ୍ଡିରେ ମିଲରଙ୍କ ମନମାନି ! ଖୋଲା ଆକାଶ ତଳେ ପଡିଛି ବସ୍ତାବସ୍ତା ଧାନ

ପୁରୀ ଜିଲ୍ଲା ନାଗପୁର ପଞ୍ଚାୟତ ନିତେଇ ଗୌରୀ ସମବାୟ ସମିତି ଅଧିନରେ ଥିବା ମଣ୍ଡିରେ ଅବ୍ୟବସ୍ଥା । ମିଲରଙ୍କ ମନମାନି ପାଇଁ ମଣ୍ତିରୁ ଧାନ ଉଠୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ମଣ୍ଡିରେ ପଡି ରହିଛି ବସ୍ତା ବସ୍ତା ଧାନ
ମଣ୍ଡିରେ ପଡି ରହିଛି ବସ୍ତା ବସ୍ତା ଧାନ

By

Published : Feb 11, 2021, 10:15 AM IST

ପୁରୀ: ମଣ୍ଡିରୁ ଉଠୁନି ଧାନ। ହାଡଭଙ୍ଗା ଶୀତ କାକରରେ ମଣ୍ଡିରେ ଧାନକୁ ଜଗି ରହିଛି ଚାଷୀ । ମଣ୍ଡିରେ ମିଲରଙ୍କ ଦାଦାଗିରି ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ପାଇଁ ମାସ ମାସ ଧରି ମଣ୍ଡିରେ ଲାଗି ରହିଛି ଏଭଳି ଅବ୍ୟବସ୍ଥା । ହାତରେ ଟୋକନ ଧରି ଚାଷୀ ବସିଥିବା ବେଳେ ଟାର୍ଗେଟ ନଥିବା କହି ଧାନ ଉଠାଉନାହିଁ ମିଲର । ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନାଗପୁର ପଞ୍ଚାୟତ ନିତେଇ ଗୌରୀ ସମବାୟ ସମିତି ଅଧିନରେ ଥିବା ମଣ୍ଡିରେ ।

ମଣ୍ଡିରେ ପଡି ରହିଛି ବସ୍ତା ବସ୍ତା ଧାନ

ପ୍ରାୟ ଏକମାସ ହେବ ମଣ୍ଡିରେ ଏପରି ସମସ୍ୟା ଲାଗି ରହିଛି ହେଲେ ଏଥି ପ୍ରତି କାହାର ଦୃଷ୍ଟି ନାହିଁ । ପଞ୍ଚାୟତର ଶତାଧିକ ଚାଷୀ ଏହି ତାଙ୍କର ଧାନ ବିକ୍ରି ପାଇଁ ଏହି ମଣ୍ଡି ଉପରେ ନିର୍ଭରଶୀଳ । ଧାନ ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ସ୍ବପ୍ନ ଦେଖିଥିବା ଚାଷୀର ସ୍ବପ୍ନ ଧୂଳିସାତ ହୋଇଛି। ମିଲରଙ୍କ ମନମାନି ପାଇଁ ମଣ୍ଡିରୁ ଉଠି ପାରୁନି ଧାନ ।

ଚାଷୀଙ୍କ ହାତରେ ଟୋକନ ଧରାଇ ଦେଇ ଟାର୍ଗେଟ ନାହିଁ କହି ଚାଷୀଠାରୁ ଧାନ କିଣା ଯାଉନାହିଁ। ଜାନୁଆରୀ 8 ତାରିଖଠାରୁ ଧାନ ବିକ୍ରି କରିବା ପାଇଁ ଚାଷୀ ପାଖରେ ଟୋକନ ଧରି ଟୋକନ ଅବଧି ଶେଷ ହେବାକୁ ବସିଥିବା ବେଳେ ଧାନ କିଣାଯାଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଚାଷୀ । ପ୍ରାୟ 50 ଜଣ ଚାଷୀ ସେମାନଙ୍କର କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଖୋଲା ଆକାଶ ତଳେ ମଣ୍ଡିରେ ରଖି ଖରା ବର୍ଷାରେ ଜଗି ରହିଛି।

ଚାଷୀ ତାର ଧାନକୁ କେଉଁ ଠାରେ ବିକ୍ରି କରିବ ତାକୁ ନେଇ ବ୍ୟତିବ୍ୟସ୍ତ ଥିବା ବେଳେ ଚାଷୀର ଅସହାୟ ସୁଯୋଗ ନେଇ ଦଲାଲ ଓ ମିଲର ଚାଷୀ ଠାରୁ ଶାଗମାଛ ଦରରେ ଧାନ କିଣିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ସେପଟେ କ୍ବିଣ୍ଟାଲ ପିଛା 4ରୁ 5 କେଜି କଟନି ଛଟନି କରାଯାଉଛି । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ମଣ୍ଡିରୁ ଧାନ ଉଠାନଗଲେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details