ଓଡିଶା

odisha

ETV Bharat / state

ଲକଡାଉନ ସହ ଅମ୍ପାନ ମାଡ, ଉଜୁଡା ପାନ ବରଜକୁ ନେଇ ଚିନ୍ତାରେ ଚାଷୀ - ଲକଡାଉନ ସହ ଅମ୍ପାନ ମାଡ

ଅଦୃଶ୍ୟ ଭୂତାଣୁ ଯୋଗୁଁ ସମଗ୍ର ଦେଶରେ ଲକ୍ ଡାଉନ୍ ଘୋଷଣା କରାଯିବା ପରଠୁ ପାନ ବିକ୍ରି ପଟା ହୋଇପାରୁନଥିଲା। ଦୋକାନ ବଜାର ବନ୍ଦ ରହିଥିବା ଯୋଗୁଁ ଗଛରେ ହିଁ ପାନ ପଚୁଥିଲା। ଏବେ ଅମ୍ପାନ ପ୍ରଭାବ ରେ ପାନ ବରଜ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇ ତଳେ ପଡିଛି । ଯାହାକୁ ନେଇ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ପାନଚାଷୀଙ୍କ ପରିବାର।

ଲକଡାଉନ ସହ ଅମ୍ପାନ ମାଡ, ଉଜୁଡା ପାନ ବରଜକୁ ନେଇ ଚିନ୍ତାରେ ଚାଷୀ
ଲକଡାଉନ ସହ ଅମ୍ପାନ ମାଡ, ଉଜୁଡା ପାନ ବରଜକୁ ନେଇ ଚିନ୍ତାରେ ଚାଷୀ

By

Published : May 23, 2020, 9:59 AM IST

ପୁରୀ: ପୁଣି ଦୁର୍ଦ୍ଧଶାରେ ପାନ ଚାଷୀ । ବାତ୍ୟା ଅମ୍ଫାନର ପ୍ରଭାବରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯିବା ସହ ଉଜୁଡିଯାଇଛି ପାନ ବରଜ । ବର୍ଷକ ତଳେ ପ୍ରଳୟଙ୍କରୀ ବାତ୍ୟା ଫୋନି ପାନ ଚାଷୀର ଆର୍ଥିକ ମେରୁଦଣ୍ତ ଦୋହଲ୍ଲାଇ ଦେଇଥିବା ଏବେ ବିଶ୍ବ ମହାମାରୀ କରୋନା ପାଇଁ ବ୍ୟବସାୟ ଠପ୍ ।

ଲକଡାଉନ ସହ ଅମ୍ପାନ ମାଡ, ଉଜୁଡା ପାନ ବରଜକୁ ନେଇ ଚିନ୍ତାରେ ଚାଷୀ

ଏହି ଅଦୃଶ୍ୟ ଭୂତାଣୁ ଯୋଗୁଁ ସମଗ୍ର ଦେଶରେ ଲକ୍ ଡାଉନ୍ ଘୋଷଣା କରାଯିବା ପରଠୁ ପାନ ବିକ୍ରି ହୋଇପାରୁନଥିଲା। ଦୋକାନ ବଜାର ବନ୍ଦ ରହିଥିବା ଯୋଗୁଁ ଗଛରେ ହିଁ ପାନ ପଚୁଥିଲା। ଏବେ ଅମ୍ପାନ ପ୍ରଭାବରେ ପାନ ବରଜ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇ ତଳେ ପଡିଛି । ଯାହାକୁ ନେଇ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ପାନଚାଷୀଙ୍କ ପରିବାର।

ସେପଟେ ବର୍ଷ ତମାମ କିଭଳି ପରିବାର ଭରଣ ପୋଷଣ କରିବା ସହିତ ଋଣସୁଝିବ ତାକି ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପାନ ଚାଷୀ । ଅମ୍ପାନର ପବନ ରେ ପୁରୀ ଜିଲ୍ଲା ନିମାପଡା ତୁଳସୀପୁର ଅଞ୍ଚଳର ପାନ ଚାଷୀଙ୍କ ଅନେକ କ୍ଷତି ଘଟିଛି।

ଏବେ ପାନ ଚାଷୀ ହତାଶ ହୋଇ ସରକାରଙ୍କ ସାହଯ୍ୟ ଅପେକ୍ଷା ରେ ରହିଛି । ସରକାର ପାନ ଚାଷୀଙ୍କୁ ଆର୍ଥିକ ସହାୟତା ନଦେଲେ ଅନେକ ପାନ ଚାଷୀ ଜୀବନ ଜୀବିକା ସମ୍ପୂର୍ଣ୍ଣ ହରାଇ ବସିବାର ଆଶଙ୍କା ଥିବା ବେଳେ ଅନେକ ପରିବାର ଉଜୁଡିଯିବାର ପରିସ୍ଥିତି ସୃଷ୍ଟି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details