ଓଡିଶା

odisha

ETV Bharat / state

‘ବୁଲବୁଲ’କୁ ନେଇ ଚାଷୀ ଆତଙ୍କିତ - ବୁଲ ବୁଲ କୁ ନେଇ ଚାଷୀ ଆତଙ୍କିତ

ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡକୁ ମୁହାଁଇଛି । ତେବେ ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ବର୍ଷା ହେଲେ ଜମିରେ ପାଣି ଜମି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି । ଯାହାକୁ ନେଇ ଚିନ୍ତାରେ ପୁରୀ ଚାଷୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Nov 8, 2019, 8:37 PM IST

ପୁରୀ: ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡକୁ ମୁହାଁଇଛି । ତେବେ ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ବର୍ଷା ହେଲେ ଜମିରେ ପାଣି ଜମି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି । ଯାହାକୁ ନେଇ ଚିନ୍ତାରେ ପୁରୀ ଚାଷୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶନିବାର ଠାରୁ ତିନି ଦିନ ଯାଏ ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ । ଏହି ସମୟରେ ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଧାନ ଅମଳ ସମୟରେ ବୁଲବୁଲ ବାତ୍ୟା ଏବେ ସାଜିଛି ବଇରୀ । ପୂର୍ବରୁ ବାତ୍ୟା ଫନିରେ ସବୁକିଛି ଉଜୁଡି ଯାଇଥିଲା । ଧାର କରଜ କରି ଧାନ ଫସଲ କରିଛନ୍ତି ଚାଷୀ।


ଧାନ ପାଚିଲାଣି ଆଉ କିଛି ଦିନର ଚାଷୀମାନେ ଆମଦାନୀ କରିଥାନ୍ତେ । ବହୁ କଷ୍ଟରେ ଧାନ ଫସଲ କରିଛନ୍ତି । ମାତ୍ର ବାତ୍ୟା ବୁଲବୁଲରେ ଧାନ ଫସଲ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଭୟରେ ଆତଙ୍କିତ ହୋଇ ଅଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details