ବ୍ରହ୍ମଗିରି: ଫନି ସଂଗ୍ରାମ ସମିତି ପକ୍ଷରୁ ତହସିଲ ଘେରାଉ । ଫନି ବାତ୍ୟାରେ ଓଡିଶାର ବ୍ରହ୍ମଗିରି ବିଶେଷ ଭାବେ ପ୍ରଭାବିତ ହୋଇଥିବା ଯୋଗୁଁ ସରକାର ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ସହୟତା ଯୋଗାଇବାକୁ ବ୍ୟବସ୍ଥା କରାଯାଇଥିଲା । ମାତ୍ର ବାତ୍ୟାକୁ ଦୀର୍ଘ ଦିନ ବିତି ଯାଇଥିଲେ ବି ଏ ଯାଏଁ ବ୍ରହ୍ମଗିରି ଅଞ୍ଚଳର କ୍ଷତିଗ୍ରସ୍ତ ତାଲିକା ପ୍ରସ୍ତୁତ ହୋଇ ପାରିନାହିଁ । ଯାହାଫଳରେ କ୍ଷତିଗ୍ରସ୍ତମାନେ ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି । ଏନେଇ ସମିତି ପକ୍ଷରୁ ବାରମ୍ବାର ବିକ୍ଷୋଭ ସତ୍ତ୍ବେ କିଛି ସୁଫଳ ନ ମିଳିବାରୁ ଫନି ସଂଗ୍ରାମ ସମିତି ପକ୍ଷରୁ ମଙ୍ଗଳବାର ତହସିଲ ଘେରାଉ କରାଯାଇଛି ।
ଫନି କ୍ଷତିଗ୍ରସ୍ତ ତାଲିକା ପ୍ରସ୍ତୁତି ଦାବିରେ ତହସିଲ ଘେରାଉ - brahmapur fani victims
ବ୍ରହ୍ମପୁର ଫନି କ୍ଷତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତି ଦାବିରେ ଫନି ସଂଗ୍ରାମ ସମିତି ପକ୍ଷରୁ ତହସିଲ ଘେରାଉ । ଅଧିକ ପଢନ୍ତୁ...
ଫନି କ୍ଷତିଗ୍ରସ୍ତ ତାଲିକା ପ୍ରସ୍ତୁତି ଦାବିରେ ତହସିଲ ଘେରାଉ
କ୍ଷତିଗ୍ରସ୍ତ ତାଲିକା ପ୍ରସ୍ତୁତ କରିବାକୁ ପୂର୍ବରୁ ଅନେକ ଥର ଦାବି ହୋଇଛି । ଏମିତିକି 6 ମାସ ତଳେ ମଧ୍ୟ ସଙ୍ଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା । ଆଜିକୁ 21ଦିନ ଧରି ସମିତି ବ୍ଲକ କାର୍ଯ୍ୟାଳୟ ଆଗରେ ଅହରାତ୍ର ଅନଶନରେ ବସି ରହିଥିଲେ ବି କେହି ଦୃଷ୍ଟି ନ ଦେବାରୁ ସୁରେନ୍ଦ୍ର ଜେନାଙ୍କ ସଭାପତ୍ବିତରେ ବ୍ରହ୍ମଗିରି ତହସିଲ ଘେରାଉ କରାଯାଇଛି । ଏଥିରେ ଯଦି ପ୍ରଶାସନର ନିଦ ନ ଭାଙ୍ଗେ, ତେବେ ଆଇନ ହାତକୁ ନେବାକୁ ପଛାଇବୁ ନାହିଁ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ