ଓଡିଶା

odisha

ETV Bharat / state

'ଫନି' ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ସାମୁଦ୍ରିକ ଝଡ଼ 'ଫନି' ପୁରୀରେ ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିବା ପରେ ଏବେ ସମସ୍ତଙ୍କ ମନରେ ଛନକା ପଶିଛି । ତେବେ ଏହାକୁ ନେଇ ବିଶେଷ କରି ଉପକୂଳିଆ ବାସୀ ଆତଙ୍କିତ ହୋଇପଡିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

By

Published : May 1, 2019, 4:07 PM IST

ପୁରୀ: ସାମୁଦ୍ରିକଝଡ଼ 'ଫନି' ପୁରୀ ରେ ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିବା ପରେ ଏବେ ସମସ୍ତଙ୍କ ମନରେ ଛନକା ପଶିଛି । ତେବେ ଏହାକୁ ନେଇ ବିଶେଷ କରି ଉପକୂଳିଆ ବାସୀ ଆତଙ୍କିତ ହୋଇପଡିଛନ୍ତି । ପୁରୀର ମତ୍ସ୍ୟଜୀବୀ ମାନେ ଭୟଭିତ ଅବସ୍ଥାରେ ଥିବା ବେଳେ ସମୁଦ୍ର କୂଳରେ ରହୁଥିବା ହେତୁ କ୍ଷୟକ୍ଷତିକୁ ନେଇ ଭୟ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ତେବେ ପ୍ରଶାସନ ପକ୍ଷରୁ ଆଜି ରାତିରୁ ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ପୂର୍ବ ବାତ୍ୟା 'ତିତିଲି' ରେ ଅନେକ କ୍ଷତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ପ୍ରଶାସନ କ୍ଷତିପୂରଣ ସଠିକ ଦେଇନଥିବା ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି ।

'ଫନି' ବାତ୍ୟାରେ ପ୍ରଶାସନ ସଠିକ ଭାବରେ ଥଇଥାନ କରୁ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି । ତେବେ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପୁରୀ ପ୍ରତିନିଧି ଶକ୍ତି ପ୍ରସାଦ ମିଶ୍ର

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details