ପୁରୀ: ନବକଳେବର ହେବ ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀ । ଜୋରଦାର ଚାଲିଛି କାର୍ଯ୍ୟ । ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତି । ପୁରୀର ଗୈରବମୟ ତଥା ପୌରାଣିକ ମାର୍କଣ୍ଡ ତୀର୍ଥ ପୁଷ୍କରିଣୀରକୁ ସୁନ୍ଦର ଏବଂ ନବଜୀବିତ କରାବା ପାଇଁ କାର୍ଯ୍ୟଜାରି ରହିଛି । ତେବେ ସରକାରଙ୍କ ଓବିସିସି ପକ୍ଷରୁ ମାର୍କଣ୍ଡ ତୀର୍ଥ ପୁଷ୍କରିଣୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଥିବା ବେଳେ ଏଥିପାଇଁ ସରକାରଙ୍କ ପକ୍ଷରୁ ୧୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ମାର୍କଣ୍ଡ ପୁଷ୍କରିଣୀର ଜଳକୁ ସମ୍ପୂର୍ଣ୍ଣ ନିର୍ମଳ ରଖିବା ପାଇଁ ଏବେ କାର୍ଯ୍ୟ କରାଯାଉଛି । ପୋଖରୀକୁ ଶୁଖାଯାଇ ମେସିନ୍ ମାଧ୍ୟମରେ ପଙ୍କ ଗୁଡ଼ିକ କଢା ଯାଉଛି । ପଙ୍କ କଢା ସରିବା ପରେ ପାଣିକୁ ନିର୍ମଳ ରଖିବି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।
ସେହିପରି ପୁଷ୍କରିଣୀ ମଧ୍ୟରେ ଥିବା ଯଜ୍ଞ ବେଦୀକୁ କଳାକୃତିର ରୂପ ଦିଆଯିବ । ପ୍ରବେଶ ପଥର ମୁଖ୍ୟ ତୋରଣରେ ପ୍ରଭୁ ବିଷ୍ଣୁ, ଲକ୍ଷ୍ମୀ ଓ ଅନ୍ୟ ଦେବାଦେବୀଙ୍କର ପ୍ରତିମା ଶୋଭା ପାଇବ ବୋଲି କହିଛନ୍ତି କର୍ଯ୍ୟର୍ନିବାହୀ । ତେବେ ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ଥିବା ମାର୍କଣ୍ଡ ପୁଷ୍କରିଣୀର ଉନ୍ନତିକରଣ ପାଇଁ ସରକାର ପଦକ୍ଷେପ ନେଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି ପୁରୀ ବାସିନ୍ଦା ।