ଓଡିଶା

odisha

ETV Bharat / state

ସିଦ୍ଧମହାବୀର ରେଲଓ୍ବେ ଓଭରବ୍ରିଜ ନିର୍ମାଣକୁ ବିରୋଧ - puri news

ଥମୁନି ପୁରୀ-କୋଣାର୍କ ରାସ୍ତାରେ ହେବାକୁ ଥିବା ଓଭରବ୍ରିଜ୍‌ ନିର୍ମାଣ ବିବାଦ । ସିଦ୍ଧମହାବୀର ବଦଳରେ ସରକାରୀ ସ୍ଥାନରେ ଥିବା ସେଣ୍ଟ୍ରାଲ ସ୍କୁଲ କିମ୍ବା ହୁଲୁହୁଳିଆ ନିକଟରେ ରେଲୱେ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ଦାବି ହୋଇଛି । ଅଧିକ ପଢନ୍ତୁ...

DISPLACED FAMILY OPPOSED OVERBRIDGE CONSTRUCTI
ସିଦ୍ଧମହାବୀର ଓଭରବ୍ରିଜ ନିର୍ମାଣକୁ ବିରୋଧ

By

Published : Feb 6, 2020, 6:08 PM IST

ପୁରୀ: ଥମୁନି ପୁରୀ-କୋଣାର୍କ ରାସ୍ତାରେ ହେବାକୁ ଥିବା ଓଭରବ୍ରିଜ୍‌ ନିର୍ମାଣ ବିବାଦ । ସିଦ୍ଧମହାବୀର ବଦଳରେ ସରକାରୀ ସ୍ଥାନରେ ଥିବା ସେଣ୍ଟ୍ରାଲ ସ୍କୁଲ କିମ୍ବା ହୁଲୁହୁଳିଆ ନିକଟ ରେଲୱେ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ଦାବି କରିଛନ୍ତି ପ୍ରଭାବିତ ହେବାକୁ ଥିବା ଲୋକେ । ଗୁରୁବାର ଏନେଇ ସେମାନେ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସିଦ୍ଧମହାବୀର ଓଭରବ୍ରିଜ ନିର୍ମାଣକୁ ବିରୋଧ

ଦୀର୍ଘ ବର୍ଷ ଧରି ସିଦ୍ଧମହାବୀର ଓ ମାଟିଆପଡା ଅଞ୍ଚଳରେ ଅନେକ ପରିବାର ବସତି ସ୍ଥାପନ କରୁଛନ୍ତି । ଉକ୍ତ ସ୍ଥାନରେ ରେଲୱେ ଓଭରବ୍ରିଜ ନିର୍ମାଣ ହେବାଦ୍ବାରା ଅନେକ ପରିବାର ନିଜ ଜମି ହରାଇବେ । ମାତ୍ର ସରକାରୀ ସ୍ଥାନରେ ରେଲୱେ ଓଭରବ୍ରିଜ ନିର୍ମାଣ ହେବାଦ୍ବାରା ସେଠାରେ ବସତିସ୍ଥାପନ କରୁଥିବା ଅନେକ ପରିବାରଙ୍କ ସ୍ଥିତିବାନ ଜମି ସୁରକ୍ଷିତ ରହିବ । ଏଥିସହ ଅନେକ ବ୍ୟବସାୟୀ କ୍ଷତିରୁ ବର୍ତ୍ତିଯିବେ ବୋଲି ବିସ୍ଥାପିତ କହିଛନ୍ତି ।

ଉକ୍ତ ଦାବି ପୂରଣ ନହେଲେ ବିସ୍ଥାପିତ ହେବାକୁ ଥିବା ଲୋକମାନେ ରେଲୱେ ଓଭରବିଜ୍ର ନିର୍ମାଣକୁ ବିରୋଧ କରିବା ସହ ଉକ୍ତ କାମକୁ କରାଇ ଦେବେନାହିଁ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details