ପୁରୀ: ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅବ୍ୟବସ୍ଥା । ଶିକ୍ଷାଦାନ କରୁଛନ୍ତି ନକଲି ଶିକ୍ଷକ । ସେ ପୁଣି ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା ପୁରୀରେ । ଏଠାରେ ଦୀର୍ଘ ବର୍ଷ ଧରି ମାଳମାଳ ନକଲି ଶିକ୍ଷକ ଶିକ୍ଷାଦାନ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । କାହାର ଜାତିଗତ ପ୍ରମାଣପତ୍ର ନକଲି ତ ଆଉ କାହାର ସିଟି ଓ ବିଇଡି ପ୍ରମାଣପତ୍ର ମଧ୍ୟ ନକଲି ଥିବା ହୋଇଛି ।
ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ବ୍ୟାପକ ଅବ୍ୟବସ୍ଥା, ଶିକ୍ଷାଦାନ କରୁଛନ୍ତି ନକଲି ଶିକ୍ଷକ
ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅବ୍ୟବସ୍ଥା । ଜିଲ୍ଲାରେ ନକଲି ଶିକ୍ଷକ ଶିକ୍ଷାଦାନ କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ
ଘଟଣାର ପର୍ଦ୍ଦାଫାସ ହେବା ପରେ ଜିଲ୍ଲା ଶିକ୍ଷାଧିକାରୀ ଦୁଇଜଣ ନକଲି ଶିକ୍ଷକଙ୍କୁ ଚିହ୍ନଟ କରି ନିଲମ୍ବିତ କରିଥିବା ଜଣାପଡିଛି । ତେବେ ଏପରି ନକଲି ଶିକ୍ଷକଙ୍କ ତାଲିକା ଦୁଇରେ ସୀମିତ ନୁହେଁ, ଏହିଭଳି ପୁରୀ ଜିଲ୍ଲାରେ ନକଲି ପ୍ରମାଣପତ୍ର ଦେଇ ଚାକିରି କରିଥିବା ୪୯ଜଣ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ । ଏହାସହ ପୁରୀର ୩୦୦ଜଣ ଶିକ୍ଷକଙ୍କର ପ୍ରମାଣପତ୍ର ଯାଞ୍ଚ ପାଇଁ ଜାରି ହୋଇଛି । ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱଜିତ ଘୋଷ ଫେକ୍ ପ୍ରମାଣପତ୍ର ନେଇ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି ।
ତେବେ ନୋଟିସ ଜାରି ହୋଇଥିବା ଶିକ୍ଷକମାନେ ହେଉଛନ୍ତି କୃଷ୍ଣପ୍ରସାଦର ବାଲିସାହି ପ୍ରକଳ୍ପ ୟୁପି ସ୍କୁଲର ସହକାରୀ ଶିକ୍ଷକ ସର୍ମିଷ୍ଠା ଦାସ, କ୍ଷୀରିସାହୀ ସ୍କୁଲର ରମେଶ ଚନ୍ଦ୍ର ନାୟକ, ସାମନ୍ତରାପୁର ସ୍କୁଲର ପ୍ରବୀଣ କୁମାର ମାଝୀ, ବାଉରୀପାଲି ସ୍କୁଲର ସନ୍ତୋଷ କୁମାର ପ୍ରଧାନ । ମାତ୍ର ଏହି ଶିକ୍ଷକମାନେ ବର୍ତ୍ତମାନ ସୁଦ୍ଧା କାରଣ ଦର୍ଶାଅ ନୋଟିସର ଉତ୍ତର ରଖିନଥିବା ଖବର ହସ୍ତାନ୍ତର ହୋଇଛି । ସେପଟେ ଜିଲ୍ଲାର ସମସ୍ତ ବିଇଓଙ୍କୁ ପ୍ରମାଣପତ୍ର ଯାଞ୍ଚ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇ ଥିବାବେଳେ ନକଲି ପ୍ରମାଣିତ ହେଲେ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।
ଇଟିଭି ଭାରତ, ପୁରୀ