ଓଡିଶା

odisha

By

Published : Nov 23, 2022, 7:29 AM IST

ETV Bharat / state

ପୁରୀ ଏସ୍ପିଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ, ଅଭିଯୁକ୍ତ ଗିରଫ

ଏସପିଙ୍କ ନାମରେ ପୁରୀ ଏସପିଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ କରି ଟଙ୍କା ଲୁଟ ଉଦ୍ୟମ । ଅଧିକ ପଢନ୍ତୁ

ପୁରୀ ଏସ୍ପିଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ,  ଅଭିଯୁକ୍ତ ଗିରଫ
ପୁରୀ ଏସ୍ପିଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ, ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ଏସପିଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ କରି ଟଙ୍କା ଲୁଟ ଉଦ୍ୟମ । ଅଭିଯୋଗ ପରେ ଗିରଫ ହେଲେ ଯାଜପୁର କୋରେଇ ଅଞ୍ଚଳର ଅଭିଯୁକ୍ତ ଯୁବକ ମନୋଜ ସାହୁ ।

ତେବେ ସୂଚନା ଅନୁଯାୟୀ, ଯୁବକ ଜଣକ ପୁରୀ ଏସପିଙ୍କ ନାମରେ ଫେକ ଫେସବୁକ ଆକାଉଣ୍ଟ କରି ଏସପି କନଓ୍ବର ବିଶାଲ ସିଂହଙ୍କ ଫଟୋ ବ୍ୟବହାର କରିବା ସହ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ଟଙ୍କା ଦାବି କରୁଥିଲା । ଘଟଣା ସମ୍ପର୍କରେ ଏକ ଟେଲିଫୋନ କଲ ମାଧ୍ୟମରେ ସୂଚନା ପାଇବା ପରେ ପୁରୀ ସାଇବର କେସ ନମ୍ବର ୨୫ ଆଧାରରେ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଫରୱାର୍ଡ କରାଯାଇଛି ।

ତେବେ ଏନେଇ ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସଙ୍କ ନେତୃତ୍ବରେ ଗଠିତ ଟିମ ଯୁବକକୁ ଟ୍ରେସ କରିବା ସହ ତାକୁ ଗିରଫ କରିବାରେ ସଫଳ ହୋଇଥିଲେ । ତେବେ ଫେକ କଲ କିମ୍ବା ମେସେଜ ଆସୁଥିଲେ ଏହାକୁ ତୁରନ୍ତ ବିଶ୍ୱାସ ନକରି ସାଇବର ହେଲ୍ପ ଲାଇନ ନମ୍ବର -6370967100 ରେ ଜଣାଇବାକୁ ଅନୁରୋଧ କରିଛି ପୁରୀ ପୋଲିସ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details