ପୁରୀ: ଆଜି (ଗୁରୁବାର)ଅପରାହ୍ନରେ ପୁରୀର ନିମାପଡ଼ା ଥାନା ଅଧୀନ ଚାରିଛକ ଵ୍ରହ୍ମକୁଣ୍ଡି ଠାରେ ଥିବା ବୈକୁଣ୍ଠ ନାୟକଙ୍କ ଜୟଗୁର ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ରହିଛି । ଏହି ବିସ୍ଫୋରଣରେ ପ୍ରାୟ 50 ଲକ୍ଷ ଟଙ୍କାର ବାଣ ବିସ୍ଫୋରଣ ହେବା ସହ ବାଣ ଗଚ୍ଛିତ ଥିବା 4ଟି ବଡ ବଡ ଗୋଦାମ ଘର ସଂପୂର୍ଣ୍ଣ ଧୂଳିସାତ ହୋଇଯାଇଛି । କିନ୍ତୁ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି ।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ 1 କିମି ପର୍ଯ୍ୟନ୍ତ ଭୟଙ୍କର ଶଦ୍ଦ ହେଵା ସହ ଘର ଗୁଡିକ ଥରାଇ ଦେଇଥିଲା । ଏପରିକି ଵାଣ ଗୋଦାମ ନିକଟରେ ଥିବା 2 ଜଣ ବ୍ୟକ୍ତିଙ୍କ ଘର କାନ୍ଥ ଫଟାଇବା ସହ ଝରକା କବାଟ ଘରୁ ଗଳି ପଡିଥିବାର ଦେଖିବାକୁ ମିଳିଛି । ହେଲେ ଆଶ୍ବସ୍ତିକର ବିଷୟ ଯେ, ଏତେ ବଡ ଅଘଟଣ ସତ୍ତ୍ବେ କୌଣସି ଧନ ଜୀବନ ନଷ୍ଟ ହୋଇନଥିବା ସୂଚନା ରହିଛି ।