ଓଡିଶା

odisha

ETV Bharat / state

ପୁରୀରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ମଦ ଓ ଭାଙ୍ଗ ଜବତ, 3 ଗିରଫ - ଅବକାରୀ ବିଭାଗ ଚଢ଼ାଉ

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରିଛି। ଏହି ଚଢାଉରୁ ବିପୁଳ ପରିମାଣର ମଦ ଓ ଭାଙ୍ଗ ଜବତ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Oct 20, 2019, 9:04 PM IST

ପୁରୀ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରିଛି। ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଚଢାଉ କରାଯାଇଛି । ଗେଣ୍ଡାପଡ଼ା, ନୋଳିଆ ସାହି ଓ ନିମାପଡା ଆଦି ଅଞ୍ଚଳରେ ଚଢ଼ାଉ କରି 15 ଶହ ଲିଟର ପୋଚ ସହିତ 2 ଶହ ଲିଟର ମଦ ଓ 5 ଶହ କିଲୋଗ୍ରାମ ଭାଙ୍ଗ ଜବତ କରିଛି । ଏହି ଘଟଣାରେ 3 ଜଣକୁ ଗିରଫ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆଗାମୀ ଦିନରେ ଏହି ଚଢ଼ାଉକୁ ଜୋରଦାର କରାଯାଇ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details