ଓଡିଶା

odisha

ETV Bharat / state

ବହିଲାଣି 2024 ନିର୍ବାଚନୀ ହାୱା, ପୁରୀରେ ପହଞ୍ଚିଲା ୮୨୦୦ ଇଭିଏମ - ପୁରୀରେ ପହଞ୍ଚିଲା ୮୨୦୦ ଇଭିଏମ

ପୁରୀରେ ପହଞ୍ଚିଲା ୮୨୦୦ ଇଭିଏମ ମେସିନ । କଡା ସୁରକ୍ଷାରେ ରଖାଯାଇଥିବା କହିଲେ କଲେକ୍ଟର । ଅଧିକ ପଢନ୍ତୁ

evm reached at puri
evm reached at puri

By

Published : Apr 5, 2023, 3:20 PM IST

ପୁରୀରେ ପହଞ୍ଚିଲା ୮୨୦୦ ଇଭିଏମ

ପୁରୀ: ଜିଲ୍ଲାରେ ପହଞ୍ଚିଲା ଇଭିଏମ ମେସିନ । ସ୍ୱରାଷ୍ଟ୍ର ବିଭାଗର ନିର୍ଦ୍ଦେଶ କ୍ରମେ ପୁରୀରେ ୮୨୦୦ ଇଭିଏମ ମେସିନ ପହଞ୍ଚିଛି । ତେବେ ୨୦୨୪ ନିର୍ବାଚନକୁ ପାଖାପାଖି ଆହୁରି ବର୍ଷେ ରହିଥିବା ବେଳେ ଏବେଠାରୁ କାହିଁକି ଇଭିଏମ ମେସନ ଆସିଲା ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହା ମଧ୍ୟ ପଢନ୍ତୁ: Jharsuguda Bypoll: ଉପନିର୍ବାଚନରେ କିଏ ହେବ କଂଗ୍ରେସ ପ୍ରାର୍ଥୀ ? ପିସିସିକୁ ରିପୋର୍ଟ ଦେଲା ପର୍ଯ୍ୟବେକ୍ଷକ ଟିମ୍

ସ୍ୱରାଷ୍ଟ୍ର ବିଭାଗର ନିର୍ଦ୍ଦେଶ କ୍ରମେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ୮୨୦୦ ଇଭିଏମ ମେସିନ ଆସି ପହଞ୍ଚିଛି। ଏଥିରେ ୪୧୦୦ ଗୋଟି ବାଲାଟ ୟୁନିଟ ଓ ୪୧୦୦ ଗୋଟି କଣ୍ଟ୍ରୋଲ ୟୁନିଟ ସାମିଲ ଅଛି। ଏଗୁଡିକ ପେଣ୍ଠକଟା ସ୍ଥିତ ଇଭିଏମ ଗୋଦାମ ନିକଟରେ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଇଭିଏମ ମେସିନ ଗୁଡିକର ତଦାରଖ କରିଥିଲେ । ଅପର ପକ୍ଷରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧୀମାନେ ଉପସ୍ଥିତ ରହି ମେସିନଗୁଡିକୁ ମଧ୍ୟ ଦେଖିଥିଲେ। ଇସିଆଇଏଲ, ହାଇଦ୍ରାବାଦ ଦ୍ଵାରା ପ୍ରସ୍ତୁତ ଏହି ମେସିନ ଗୁଡିକୁ କଡା ସୁରକ୍ଷା ମଧ୍ୟରେ ହାଇଦ୍ରାବାଦରୁ ଅଣାଯାଇଥିଲା । ସେହିପରି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହାକୁ ଗୋଦାମରେ ରଖାଯାଇଛି ବୋଲି ଡେପୁଟି କଲେକ୍ଟର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଦିବାସୀ ଅଞ୍ଚଳକୁ ବାଟ ହୁଡିଛି ବିକାଶ: ମୌଳିକ ସୁବିଧାରୁ ବଞ୍ଚିତ 500 ଲୋକେ, ବିବାହ ଚିନ୍ତାରେ ଯୁବକ

ସୂଚନାଅନୁସାରେ, ୬ଟି ଟ୍ରକରେ ଏହି ଇଭିଏମ ମେସନ ଆସିଛି । ୨୮ଟି ଷ୍ଟ୍ରଙ୍ଗରୁମରେ ଏହାକୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି । ଆହୁରି ୫୦୦୦ ଇଭିଏମ ଆସିବ ବୋଲି ସୂଚନା ମିଳିଛି । ତେବେ ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ରହିଥିବା ବେଳେ ଏତେ ଶୀଘ୍ର କଣ ପାଇଁ ଇଭିଏମ ମେସିମ ଆସିଲା ତାହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜନୈତିକ ଦଳ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ ସମସ୍ତ ରାଜନୈତିକ ଦଳ ପାଇଁ ସେମିଫାଇନାଲ ସଦୃଶ ହେବ । ୨୦୨୪ ଫାଇନାଲ ପାଇଁ ସମସ୍ତ ଦଳ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରାଜନୈତିକ ଦୃଷ୍ଟି କୋଣରୁ ବର୍ଷ ୨୦୨୩ ଗୁରୁତ୍ବପୂର୍ଣ୍ଣ ହେବ । ୨୦୨୪ ନିର୍ବାଚନରେ କେଉଁ ଭୋଟର ଉପରେ ସୁନା କଳସ ଢାଳିବେ ଭୋଟର ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details