ପୁରୀ: ବାଙ୍କିମୁହାଣ ନିକଟରେ ବୁଲିଲା ବୁଲଡୋଜର । ଉଚ୍ଛେଦ ହେଲା ବେଆଇନ ଦୋକାନ । ସରକାରୀ ଜାଗା ଉପରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଦୋକାନକୁ ବୁଲଡୋଜର ଦ୍ବାରା ଭାଙ୍ଗିଲେ ତହସିଲଦାର । ପୁରୀ ସମୁଦ୍ରକୂଳ ଥାନା ଅଧିନ ୟୁନିଟ ୨୬ ରେ ସରକାରୀ ଜାଗା ଉପରେ ବେଆଇନ ଭାବେ ନିର୍ମାଣ ଚାଲିଥିବା ଦୋକାନ ଘରକୁ ଭାଙ୍ଗିଛି ପୁରୀ ତହସିଲଦାର ।
ସମୁଦ୍ର କୂଳ ଥାନା ଅଧିନ ୟୁନିଟ ୨୬ରେ ସରକାରୀ ଜାଗା ଉପରେ ବେଆଇନ ଭାବେ ନିର୍ମାଣ ଚାଲିଥିବା ଦୋକାନ ଘର ଉପରେ ବୁଲିଛି ବୁଲୋଡଜୋର । ପୁରୀ ତହସିଲଦାର କ୍ଷୀରୋଦ ବେହେରାଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ପୋଲିସ ଓ ଦୁଇଟି ବୁଲଡୋଜର ମାଧ୍ୟମରେ କରାଯାଇଛି ଉଚ୍ଛେଦ କାର୍ଯ୍ୟ । ଅନ୍ନପୂର୍ଣ୍ଣା ସାମଲ ଏବଂ ତାଙ୍କ ପୁଅ ଓ ବୋହୂ ବେଆଇନ ଭାବେ ରାସ୍ତା ଉପରେ ଦୋକାନ ଘର ନିର୍ମାଣ କରୁଥିବା ନେଇ ତହସିଲଦାରଙ୍କ ନଜରକୁ ଆସିଥିଲା । ଏହାପରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ନେଇ ଉଭୟ ତହସିଲଦାର ଓ ସ୍ଥାନୀୟ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଉଭୟେ ନିର୍ଦ୍ଦେଶକୁ ଅବମାନନା କରିଥିବା ଅଭିଯୋଗ ହୋଇଛି । ତେବେ ଆଗକୁ ସରକାରୀ ଜାଗା ଉପରେ ବେଆଇନ ଭାବେ ଘର କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କଲେ ଏଭଳି ପଦକ୍ଷେପ ନିଆଯିବ ବୋଲି ପୁରୀ ତହସିଲଦାର କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: କାଲି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା