ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ସୁରକ୍ଷା ଆଳରେ ମଠ ସଂସ୍କୃତି ବିଲୋପ ଆଶଙ୍କା - ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା

ବଡ଼ଦାଣ୍ଡ ସ୍ଥିତ ବଡ଼ ଅଖଡା ମଠ ଉଚ୍ଛେଦ ବଡ଼ ଅଖଡା ମଠ ଉଚ୍ଛେଦକୁ ଅଖିଳ ଭାରତ ସାଧୁ ସମିତିର ବିରୋଧ । ସରକାର ଶ୍ରୀମନ୍ଦିର ସୁରକ୍ଷା ଆଳ ନାଁରେ ଯେଭଳି ଆଖିବୁଜା ମଠ ଉଚ୍ଛେଦ କରୁଛନ୍ତି ତାକୁ ଦୃଢ଼ ନିନ୍ଦା କରିଛି ସମିତି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

By

Published : Sep 3, 2019, 12:28 PM IST

ପୁରୀ: ଗଣେଶ ପୂଜା କାରଣରୁ ଦୁଇ ଦିନର ବିରତି ପରେ ଆଜି ପୁଣି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ବଡ଼ ଦାଣ୍ଡସ୍ଥିତ ବଡ଼ ଅଖଡା ମଠ ଉଚ୍ଛେଦ କରିବ । ମାତ୍ର ହାକୁ ବିରୋଧ କରିଛି ଅଖିଳ ଭାରତ ସାଧୁ ସମିତି । ଏହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବାବେଳେ ସରକାର ଶ୍ରୀମନ୍ଦିର ସୁରକ୍ଷା ଆଳ ନାଁରେ ଯେଭଳି ଆଖିବୁଜା ମଠ ଉଚ୍ଛେଦ କରୁଛନ୍ତି ତାକୁ ଦୃଢ଼ ନିନ୍ଦା କରିଛି ସମିତି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ
ଏହାଦ୍ବାରା ମଠ ସଂସ୍କୃତି ବିଲୋପ ଘଟିବ। ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀମନ୍ଦିର ସହିତ ମଠ ଗୁଡ଼ିକ ସ୍ବତନ୍ତ୍ର ପରମ୍ପରା ରହିଛି। କିନ୍ତୁ କୌଣସି ମଠ ସହିତ ଆଲୋଚନା ନକରି ସରକାର ଏକ ତରଫା ଭାବେ ଯେଭଳି ଉଚ୍ଛେଦ କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଖିଳ ଭାରତ ସାଧୁ ସମିତି କହିଛି।

ଯେକୌଣସି ପରିସ୍ଥିତିରେ ବି ସାଧୁମାନେ ଏକାଠି ହୋଇ ମଠକୁ ସୁରକ୍ଷା ଦେବାକୁ କହିଛନ୍ତି । ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କିଛି ଦଳୀୟ କର୍ମୀଙ୍କ ସହ ଆସି ବିଭିନ୍ନ ମଠ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସରକାର ଜବର ଦଖଲ ଉଚ୍ଛେଦକୁ ସେ ସ୍ବାଗତ କରିଥିବା ବେଳେ ମଠ ଉଚ୍ଛେଦକୁ ବିରୋଧ କରିଛନ୍ତି।

ସରକାର ଶ୍ରୀମନ୍ଦିର ସୁରକ୍ଷା ନେଇ ଯେଭଳି ଜଗନ୍ନାଥ ସଂସ୍କୃତିକୁ ବିଲୋପ କରିବାକୁ ବସିଛନ୍ତି ତାକୁ କଂଗ୍ରେସ ଦୃଢ଼ ବିରୋଧ କରୁଥିବା କହିଛନ୍ତି ସୁର ରାଉତରାୟ । ସରକାର ମଠ ଭାଙ୍ଗିବା ନୀତିରୁ ନଓହରିଲେ କଂଗ୍ରେସ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବା ବୋଲି ସରକାରଙ୍କୁ ଚେତାଵନୀ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details