ଓଡିଶା

odisha

ETV Bharat / state

ଉଚ୍ଛେଦ ହେଲା ମହୋଦଧି ମାର୍କେଟ କମ୍ପ୍ଲେକ୍ସ - ପୁରୀରେ ଉଚ୍ଛେଦ

ବିଶ୍ବ ଐତିହ୍ୟ ନଗରୀ ଭାବେ ପୁରୀକୁ ଗଢ଼ି ତୋଳିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି କ୍ରମରେ ଉଚ୍ଛେଦ ହେଲା ୧୯୬୯ ମସିହାରେ ନିର୍ମିତ ହୋଇଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସ । ଅଧିକ ପଢ଼ନ୍ତୁ...

ଉଚ୍ଛେଦ ହେଲା ମହୋଦଧି ମାର୍କେଟ କମ୍ପ୍ଲେକ୍ସ

By

Published : Oct 29, 2019, 2:57 PM IST

ପୁରୀ: ଜିଲ୍ଲାରେ ପୁଣି ଥରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ମ୍ୟୁନିସିପାଲିଟି ମାର୍କେଟ ପରେ ମହୋଦଧି ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗିଛି ପ୍ରଶାସନ । ସହରର ପେଣ୍ଠସ୍ଥଳ ମୋଚିସାହି ଛକରେ ଥିବା ଏହି ମାର୍କେଟ କମ୍ପ୍ଲେକ୍ସକୁ ପୂର୍ବରୁ ପ୍ରଶାସନ ଅସୁରକ୍ଷିତ ଦର୍ଶାଇଥିଲା । ପୂର୍ବ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର କମ୍ପ୍ଲେକ୍ସକୁ 5 ଟି ବୁଲଡୋଜର ଲଗାଯାଇ ଭାଙ୍ଗି ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଉଚ୍ଛେଦ ହେଲା ମହୋଦଧି ମାର୍କେଟ କମ୍ପ୍ଲେକ୍ସ

୧୯୬୯ ମସିହାରେ ନିର୍ମିତ ହୋଇଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସରେ 58ରୁ ଅଧିକ ଦୋକାନ ରହିଥିଲା । ଏହାକୁ ଯୁଗ୍ମ ବୈଷୟିକ କମିଟି ଅସୁରକ୍ଷିତ ଘୋଷଣା କରିଥିଲା । କୋଠା ଦୁର୍ବଳ ଥିବାରୁ ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ଯିବାର ସମ୍ଭାବନା ରହିଥିଲା । ତେଣୁ ପୂର୍ବ ନିର୍ଦ୍ଦେଶ ମୁତାବକ ତାକୁ ଭାଙ୍ଗି ଦିଆଯାଇଛି । ଭଙ୍ଗା ଯାଇଥିବା ସ୍ଥାନରେ ଭୂତଳ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବ ବୋଲି ସୂଚନା ଦିଆଯାଇଛି ।

ବିସ୍ଥାପିତ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରାଯିବ । ଅଧିକ ଦୋକାନ ଘର ବାହାରିଲେ, ଅନ୍ୟ ବ୍ୟବସାୟୀଙ୍କୁ ମଧ୍ୟ ଥଇଥାନ କରାଯିବାକୁ ପ୍ରାଥମିକ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଅନ୍ୟପଟେ ଉଚ୍ଛେଦ ପ୍ରକ୍ରିୟାକୁ ବ୍ୟବସାୟୀମାନେ ସହଯୋଗ କରିଛନ୍ତି । ପ୍ରଶାସନ 2 ବର୍ଷ ମଧ୍ୟରେ ଥଇଥାନ ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ଶୀଘ୍ର ଥଇଥାନ ପାଇଁ ବ୍ୟବସାୟୀମାନେ ଦାବି କରିଛନ୍ତି । ଶୃଙ୍ଖଳିତ ଭାବେ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶ୍ବ ଐତିହ୍ୟ ନଗରୀ ଭାବେ ପୁରୀକୁ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ଏଭଳି ଉଚ୍ଛେଦ ସେ ଦିଗରେ ସହାୟକ ହେବ ବୋଲି କୁହାଯାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details