ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ଉଚ୍ଛେଦ ପ୍ରସଙ୍ଗ; ବିସ୍ଥାପିତଙ୍କୁ ଥଇଥାନ କରିବ ଜିଲ୍ଲା ପ୍ରଶାସନ - Administration will give compensation to those who leave home

ଶ୍ରୀମନ୍ଦିର ଉଚ୍ଛେଦ ପ୍ରସଙ୍ଗରେ ବିସ୍ଥାପିତ 2ଟି ଲଜ୍‌ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କୁ କରାଯିବ ଥଇଥାନ । ଏନେଇ ବଗଲା ଧର୍ମଶାଳାରେ ଖାଲି ଥିବା ଜମିରେ ପ୍ଲଟିଂ ଆରମ୍ଭ ହୋଇଛି ।

Eviction near Shrimandir
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Nov 29, 2019, 5:54 PM IST

ପୁରୀ: ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନରୁ ବିସ୍ଥାପିତ ହେଉଥିବା 2ଟି ଲଜ୍ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କୁ ଥଇଥାନ କରାଯିବ । ଏନେଇ ବଗଲା ଧର୍ମଶାଳାର ଖାଲି ଜମିରେ ପ୍ଲଟିଂ ହୋଇଛି । ଏହି ଧର୍ମଶାଳାର 2.69 ଏକର ଜମିରେ 28ଟି ପ୍ଲଟ୍‌ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ବିସ୍ଥାପିତ ଲଜ୍‌ ପାଇଁ 3ଟି ବର୍ଗରେ ନକ୍ସା କରାଯାଇଛି । ଏ- ବର୍ଗରେ 1500 ବର୍ଗଫୁଟ, ବି-ବର୍ଗରେ 2000 ବର୍ଗଫୁଟ ଏବଂ ସି-ବର୍ଗରେ 3000 ବର୍ଗ ଫୁଟ ରହିଛି । ପ୍ରଥମ ବର୍ଗରେ 8ଟି, ଦ୍ବିତୀୟ ବର୍ଗରେ 2ଟି ଏବଂ ତୃତୀୟ ବର୍ଗରେ 18ଟି ପ୍ଲଟର ତର୍ଜମା କରିଛି ପ୍ରଶାସନ । ଏସବୁ ନକ୍ସା ଗୁଡିକୁ ପିକେଡିଏ ଅନୁମୋଦନ ପାଇଁ ପଠାଯାଇଛି ।

ସେପଟେ ଏନେଇ ପୁରୀ ଜିଲ୍ଲାପାଳ କହିଛନ୍ତି, ଜମି ଅଧିଗ୍ରହଣର 90ଦିନ ଆସନ୍ତା ଡିସେମ୍ବର 2ରେ ଶେଷ ହେବ । ଏହି ତାରିଖ ସୁଦ୍ଧା ନିଜସ୍ବ ଇଚ୍ଛାରେ ଜମି ବିକ୍ରି କରିଥିବା ପରିବାର ଓ ଅନୁଷ୍ଠାନକୁ ସରକାରୀ ଘୋଷଣା ମୁତାବକ 10 ପ୍ରତିଶତ ସ୍ବତନ୍ତ୍ର ସହାୟତା ମିଳିବ । ତେବେ ଏହି ସୁଯୋଗକୁ ହାତଛଡା ନକରିବାକୁ ଗଣମାଧ୍ୟମ ଜରିଆରେ ସେ ଲୋକଙ୍କୁ ଆହ୍ବାନ ଦେଇଛନ୍ତି । ସେହିପରି ଡିସେମ୍ବର 2ରେ ପରେ ବିକ୍ରି ସରିଥିବା ପ୍ଲଟ୍‌ ଏବଂ ଘର ଗୁଡିକୁ ଭଙ୍ଗାଯିବା ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details