ଓଡିଶା

odisha

By

Published : Oct 20, 2019, 11:17 AM IST

ETV Bharat / state

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଭଙ୍ଗା ଯାଉଛି ପୌରସଂସ୍ଥା ମାର୍କେଟ

ବଡଦାଣ୍ଡରେ ଥିବା ମ୍ୟୁନିସିପାଲିଟି ମାର୍କେଟର ଆଜି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ମାର୍କେଟରେ ଅଧିକାଂଶ ଦୋକାନ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଉଚ୍ଛେଦ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଭଙ୍ଗା ଯାଉଛି ପୌରସଂସ୍ଥା ମାର୍କେଟ

ପୁରୀ: କିଛି ଦିନ ହେବ ଶ୍ରୀକ୍ଷେତ୍ର ପୁରୀର ଉଚ୍ଛେଦ ପ୍ରକ୍ରିୟା ରୋକ ଲାଗିଥିଲା । ରବିବାରଠାରୁ ପୁଣି ଏହା ଆରମ୍ଭ ହୋଇଛି । ଏଥର ପାଳି ପଡିଛି ମାର୍କେଟ ଛକର ପୌରପାଳିକା ମାର୍କେଟ କମ୍ପ୍ଲେକ୍ସ । ବଡଦାଣ୍ଡରେ ଥିବା ମ୍ୟୁନିସିପାଲିଟି ମାର୍କେଟର ଆଜି ଉଚ୍ଛେଦ ଆରମ୍ଭ ହୋଇଛି । ମାର୍କେଟରେ ଅଧିକାଂଶ ଦୋକାନ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଉଚ୍ଛେଦ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଭଙ୍ଗା ଯାଉଛି ପୌରସଂସ୍ଥା ମାର୍କେଟ

ଏକ ଏକର 72 ଡେସିମିଲରେ ଥିବା 167 ଟି ଦୋକାନ ଗୃହ ଉଚ୍ଛେଦ ଚାଲିଛି । 9 ଟି ବଡ଼ ଜେସିବି ମେସିନ ଲଗାଯାଇ ଉଚ୍ଛେଦ ଚାଲିଛି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଛି। ତେବେ ବ୍ୟବସାୟୀଙ୍କୁ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ସହ ଥଇଥାନ କରାଯିବ ବୋଲି ପ୍ରଶାସନ କହିଛି। ଅନ୍ୟପଟେ ଉଚ୍ଛେଦ ପ୍ରକ୍ରିୟାକୁ ସହଯୋଗ କରିଛନ୍ତି ବ୍ୟବସାୟୀ।

ତେବେ ଶ୍ରୀମନ୍ଦିର 75 ମିଟର ଭିତରେ ଉଚ୍ଛେଦ ପ୍ରକ୍ରିୟାରେ ଯେଉଁଭଳି ବ୍ୟବସାୟୀଙ୍କୁ କ୍ଷତିପୂରଣ ସହ ଥଇଥାନ ବ୍ୟବସ୍ଥା ହୋଇଛି ଏଠି ମଧ୍ୟ ଲାଗୁ ପାଇଁ ଦାବି ହୋଇଛି । ଏହି ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ବହୁତଳ ପ୍ରସାଦ ମାର୍କେଟ କମ୍ପ୍ଲେକ୍ସ ନେଇ ପ୍ରଶାସନ ଯୋଜନା କରିଛି । ଏହା ଦ୍ବାରା ଅନେକ ବ୍ୟବସାୟୀଙ୍କୁ ଥଇଥାନ କରିବାରେ ବ୍ୟବସ୍ଥା ହେବ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details