ପୁରୀ: ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରିଛି ପ୍ରଶାସନ। ଶୁକ୍ରବାର କାକୁଡି ଖାଇ ଛକ ବାଲି ସାହି ରାସ୍ତାରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।
ଉକ୍ତ ସ୍ଥାନରେ10ରୁ ଅଧିକ ଖଜା ଦୋକାନ, 5 ବଣିଆ ଦୋକାନ ଏବଂ 15ରୁ ଅଧିକ ଘରୋଇ ପ୍ଲଟ ଉଚ୍ଛେଦ ଚାଲୁ ରହିଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଫୋର୍ସ ସମେତ ମାଜିଷ୍ଟ୍ରେଟ ଓ ପୁରୀ ଉପଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି।