ଓଡିଶା

odisha

ETV Bharat / state

ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା, ଭଙ୍ଗା ହେଲା ପୌରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର - ପୁରୀରେ ଉଛେଦ ପ୍ରକ୍ରିୟା ଆରମ୍ଭ

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ଦୋଳ ବେଦୀ କୋଣ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରକୁ ବୁଧବାର ଉଚ୍ଛେଦ କରାଯାଉଛି।

ପୁଣି ଆରମ୍ଭ ହେଲା ଉଛେଦ ପ୍ରକ୍ରିୟା
ପୁଣି ଆରମ୍ଭ ହେଲା ଉଛେଦ ପ୍ରକ୍ରିୟା

By

Published : Dec 4, 2019, 10:36 AM IST

Updated : Dec 4, 2019, 12:03 PM IST

ପୁରୀ: ପୁଣି ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଦୋଳ ବେଦୀ କୋଣ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରକୁ ବୁଧବାର ଉଚ୍ଛେଦ କରାଯାଉଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଅନେକ ଲୋକ ନିର୍ଭର କରୁଥିଲେ । ତେବେ ସୁରକ୍ଷା ଜୋନରେ ଥିବାରୁ ଏହାକୁ ଉଚ୍ଛେଦ କରାଯାଉଛି ।

ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା, ଭଙ୍ଗା ହେଲା ପୌରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର


ଉଚ୍ଛେଦ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ 75 ମିଟର ଅଧିଗ୍ରହଣର ସ୍ବତନ୍ତ୍ର ପ୍ୟାକେଜ ଅବଧି ଡିସେମ୍ବର 9 ତାରିଖ ଯାଏଁ ବଢାଯାଇଛି। ଅନେକ ଲୋକ ସ୍ବତନ୍ତ୍ର ପ୍ୟାକେଜ ନେବାକୁ ଆଗ୍ରହୀ ଥିବାରୁ ଡିସେମ୍ବର2 ତାରିଖ ସମୟ ସୀମାକୁ 9 ତାରିଖ ଯାଏଁ ବଢାଯାଇଛି । ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନ 75 ମିଟରର 75 ପ୍ରତିଶତ ଜମି ଅଧିଗ୍ରହଣ ସରିଛି।


ଅସନ୍ତା 9 ତାରିଖ ଭିତରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ଆଶା ରଖିଛି। ଅଧିଗ୍ରହଣ ହୋଇ ସାରିଥିବା ପ୍ଲଟ ଗୁଡିକୁ ଦିନେ ଦୁଇ ଭିତରେ ପ୍ରଶାସନ ନିଜ କବଜାକୁ ଆଣିବ ବୋଲି ପୁରୀ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 4, 2019, 12:03 PM IST

ABOUT THE AUTHOR

...view details