ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଚାରି ପାଖରୁ ୭୫ ମିଟର ଚଉଡ଼ାରେ ସବୁ ନିର୍ମାଣ ହଟାଇ ଦିଆଯିବ । ବୈଧ ହେଉକି ବେଆଇନ ଜବରଦଖଲ ନିର୍ମାଣ, ସବୁ ଭଙ୍ଗାଯାଉଛି । ମେଘନାଦ ପାଚେରି ପାଖରୁ ୭୫ ମିଟର ସରହଦ ଭିତରେ ଥିବା ଦୋକାନ ବଜାର, ଘରଦ୍ବାର ସବୁ ଭାଙ୍ଗି ସଫା କରିଦିଆଯିବ ।
ଶ୍ରୀମନ୍ଦିର ତଥା ଭକ୍ତମାନଙ୍କ ସୁରକ୍ଷାକୁ ନଜରରେ ରଖି ଜଷ୍ଟିସ୍ ବିପି ଦାସ କମିଶନଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ସୁପାରିସକ୍ରମେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ । ଏହାଦ୍ବାରା ପୁରୀ ସହର ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଲୋପ ପାଇଯିବ ବୋଲି ଅଭିଯୋଗ କରିଛନ୍ତି । ଏଣୁ ପୁରୀ ସହରକୁ ସରକାର ଯେଉଁ ଐତିହ ସହର ନେଇ ସ୍ବପ୍ନ ଦେଖୁଛନ୍ତି ତାହା ଏହା ଦ୍ବାରା ନିଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା କରୁଛନ୍ତି ସେବାୟତ ।