ଓଡିଶା

odisha

ETV Bharat / state

ଅନ୍ତ ହେଲା ଗୋଷାଣି ମୂର୍ତ୍ତି ଉଚ୍ଚତା ବିବାଦ - Gosani idolin puri

ପୁରୀରେ ହାଇକୋର୍ଟ ଗୋଷାଣି ମୂର୍ତ୍ତିର ଉଚ୍ଚତା ନିର୍ମାଣକୁ ନେଇ କୌଣସି କଟକଣା ରଖି ନଥିବା ହେତୁ ପୁରୀର ସାତସାହି ପୂଜା କମିଟି ହାଇକୋର୍ଟଙ୍କୁ କୃତଜ୍ଞତା ଜ୍ଞାପନ କରିଛି।

puri
ଅନ୍ତ ହେଲା ଗୋଷାଣି ମୂର୍ତ୍ତି ଉଚ୍ଚତା ବିବାଦ

By

Published : Oct 21, 2020, 10:42 PM IST

ପୁରୀ: ଶାରଦୀୟ ଦୁର୍ଗାପୂଜା ପାଇଁ ପୁରୀରେ ରହିଛି ସ୍ବତନ୍ତ୍ର ପରମ୍ପରା। ମା' ଦୁର୍ଗାଙ୍କ ପରିବର୍ତ୍ତେ ଗୋଷାଣିଙ୍କୁ ଏଠାରେ ଦେବୀ ଭାବେ ପୂଜା କରାଯାଏ। ତେବେ ହାଇକୋର୍ଟ ଗୋଷାଣି ମୂର୍ତ୍ତିର ଉଚ୍ଚତା ନିର୍ମାଣକୁ ନେଇ କୌଣସି କଟକଣା ରଖି ନଥିବା ହେତୁ ପୁରୀର ସାତସାହି ପୂଜା କମିଟି ହାଇକୋର୍ଟଙ୍କୁ କୃତଜ୍ଞତା ଜ୍ଞାପନ କରିଛି।

ଶହଶହ ବର୍ଷର ପରମ୍ପରା ଅନୁଯାୟୀ, ପୁରୀରେ ବିଶାଳ ଗୋଷାଣି ମୂର୍ତ୍ତି ପୂଜାର ମୁଖ୍ୟ ଆକର୍ଷଣ । ତେବେ ସରକାର ବଡ଼ ମୂର୍ତ୍ତି ନିର୍ମାଣ ନେଇ କଟକଣାକୁ ନେଇ ବିଭିନ୍ନ ପୂଜା କମିଟି ଅଡ଼ୁଆରେ ପଡି ଯାଇଥିଲେ।

ଅନ୍ତ ହେଲା ଗୋଷାଣି ମୂର୍ତ୍ତି ଉଚ୍ଚତା ବିବାଦ

ଅନ୍ୟପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ହେଉଥିବା ଦେବସଭା ବି ଆୟୋଜନ କରିବାକୁ ପ୍ରୟାସ କରିବ ବୋଲି ସାତସାହି ପୂଜା କମିଟି କହିଛି। ପ୍ରଶାସନ ସହିତ ଆଲୋଚନା କରିବା ପରେ କୋଭିଡ କଟକଣା ଭିତ୍ତିରେ ଏହି ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜନ ନେଇ ପ୍ରଶାସନର ସହଯୋଗ ଲୋଡ଼ାଯିବ ବୋଲି ସାତସାହି ପୂଜା କମିଟି କହିଛି।

ସେହିପରି ଶ୍ରୀମନ୍ଦିର ଆଗରେ ଦେବସଭାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଦିଆଯାଉ ଥିବା ପତନୀକୁ ଶ୍ରୀମନ୍ଦିର ପ୍ରଶାସକ ନିଜେ ଦେବାକୁ ନେଇ ଏକ ଦାବିପତ୍ର ଦିଆଯାଇଛି ସାତସାହି ପୂଜା କମିଟି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details