ଓଡିଶା

odisha

ETV Bharat / state

ମାଟିରେ ମିଶିଲା ଏମାର ମଠ, ଅତୀତ ହେଲା ରଘୁନନ୍ଦନ ଲାଇବ୍ରେରୀ - ମଠ ଉଚ୍ଛେଦ ପ୍ରକ୍ରିୟା

1921 ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଲାଇବ୍ରେରୀ ଉପରେ ବୁଲଡୋଜର ମାଡି ଯାଇଛି । ପୁରୀ ପ୍ରଶାଶନ ପକ୍ଷରୁ ଏହାକୁ ଅସୁରକ୍ଷିତ ଗୃହ ଘୋଷଣା କରାଯାଇ ଭଙ୍ଗା ଯାଇଥିଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Aug 31, 2019, 5:24 AM IST

ପୁରୀ: ଐତିହାସିକ ଏମାର ମଠ ପରେ ମାଟିରେ ମିଶିଛି ରଘୁନନ୍ଦନ ଲାଇବ୍ରେରୀ । 1921 ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଲାଇବ୍ରେରୀ ଉପରେ ବୁଲଡୋଜର ମାଡି ଯାଇଛି । ଯାହାଫଳରେ ଓଡିଶାର ସଂସ୍କୃତି ଓ ଇତିହାସର ଗନ୍ତାଘର ଥିବା ପାଠାଗାର ଓ ମଠ ଏବେ ଇତିହାସ ପୃଷ୍ଠାରେ ।

ପୁରୀ ପ୍ରଶାଶନ ପକ୍ଷରୁ ଏହାକୁ ଅସୁରକ୍ଷିତ ଗୃହ ଘୋଷଣା କରାଯାଇ ଭଙ୍ଗାଯାଇଥିଲା । ଶୁକ୍ରବାର ସକାଳ 6 ଟାରୁ ସନ୍ଧ୍ୟା 6ଟା ଯାଏଁ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ଏମାର ମଠ ଉଚ୍ଛେଦ ପ୍ରକ୍ରିୟାର ତୃତୀୟ ଦିନରେ ପ୍ରଥମେ ଏମାର ମଠ ପଛପଟୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ଏଥିରେ ସାମିଲ ଥିଲେ । ଶୁକ୍ରବାର ସିଂହ ଦ୍ବାର ସମ୍ମୁଖରେ ଥିବା ଏମାର ମଠର ବିଶାଳ ଦ୍ଵିତଳ ପ୍ରସାଦକୁ ଭଙ୍ଗାଯାଇଥିଲା । ଶନିବାର ଏମାର ମଠର ପୁରୁଣା ପରିତ୍ୟକ୍ତ ଗୃହକୁ ଭଙ୍ଗାଯିବ । ତେବେ ଏମାର ମଠର ମହନ୍ତ କିନ୍ତୁ ରଘୁନନ୍ଦନ ଲାଇବ୍ରେରୀକୁ ଉଚ୍ଛେଦକୁ ବିରୋଧ କରି ଦିନ ସାରା ପୁରୁଣା ଗୃହରେ ରହିଥିଲେ ।

ସେ ପୁରୁଣା ମଠ ଗୃହରେ ଥିବାରୁ ଏହାକୁ ଭଙ୍ଗାଯାଇପାରିନାହିଁ । ତେବେ ପ୍ରଶାସନ ଯେତେ ଆଲୋଚନା କଲେ ବି ମହନ୍ତ ସନ୍ତୁଷ୍ଟ ହୋଇନାହାନ୍ତି । ପ୍ରଶାସନ କହିବା କଥା ଏମାର ମଠ ମହନ୍ତ ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ଶନିବାର ପରିତ୍ୟକ୍ତ ଗୃହ ଭଙ୍ଗାଯିବ ।

ସେହିପରି ମହନ୍ତ ଓ ତାଙ୍କ ସହଯୋଗୀଙ୍କ ରହିବା ପାଇଁ ପ୍ରଶାସନ ଏକ କଣ୍ଟେନର ଘର ଆଣି ମଠ ଜାଗାରେ ରଖିଛି । ସେଠାରେ ଅସ୍ଥାୟୀ ଭାବେ ମଠ ମହନ୍ତ ଓ ତାଙ୍କ ଶିଷ୍ୟମାନେ ରହିବେ । ଅନ୍ୟପଟେ ଉଚ୍ଛେଦ ହୋଇଥିବା ଲଙ୍ଗୁଳି ମଠକୁ ଲାଗିକି ଥିବା ବଡ଼ ଅଖଡା ମଠ ମଧ୍ୟ ଉଚ୍ଛେଦ ହେବ ।

ଏନେଇ ସେଠାରେ ଦୋକାନ ଦେଇଥିବା ଦୋକନୀଙ୍କୁ ମଧ୍ୟ ଖାଲି କରିବାକୁ ପ୍ରଶାସନ କହିଛି । ପୁରୀକୁ ସମ୍ପୁର୍ଣ୍ଣ ଐତିହ୍ୟ ସମ୍ପୂର୍ଣ୍ଣ ସହର କରିବା ପାଇଁ ଶ୍ରୀମନ୍ଦିର ସୁରକ୍ଷା ବଳୟରେ ଆସୁଥିବା 75 ମିଟର ଯାଏଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details