ଓଡିଶା

odisha

ETV Bharat / state

ସେବାୟତଙ୍କ ଅର୍ଥିକ ସାମାଜିକ ସ୍ଥିତିର ହେବ ସର୍ବେକ୍ଷଣ: ପୁରୀ ଜିଲ୍ଲାପାଳ - sabayat family

ଶ୍ରୀମନ୍ଦିର ସେବାୟତଙ୍କ ଅର୍ଥନୈତିକ, ସାମାଜିକ ସ୍ଥିତିର ସର୍ବେକ୍ଷଣ ହେବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ।

ସେବାୟତ ପରିବାରଙ୍କ ହେବ ସର୍ବେକ୍ଷଣ
ସେବାୟତ ପରିବାରଙ୍କ ହେବ ସର୍ବେକ୍ଷଣ

By

Published : Dec 18, 2020, 4:13 PM IST

ପୁରୀ: ଶ୍ରୀମନ୍ଦିର ସେବାୟତ ପରିବାର କଲ୍ୟାଣ ପାଇଁ ପୁଣିଥରେ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ସେବାୟତଙ୍କ ଅର୍ଥନୈତିକ, ସାମାଜିକ ସ୍ଥିତିର ସର୍ବେକ୍ଷଣ ହେବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ।

ସେବାୟତ ପରିବାରଙ୍କ ହେବ ସର୍ବେକ୍ଷଣ

ସେ କହିଛନ୍ତି ଯେ, ଏଥିପାଇଁ 25 ଟିମ ଗଠନ କରାଯାଇଛି। ପୁରୀ ସହର ର ଶିକ୍ଷକଙ୍କୁ ଏହି ଟିମରେ ରଖାଯାଇଛି। ଏହି ଟିମର ସଦସ୍ୟମାନେ ପ୍ରତ୍ୟେକ ସେବାୟତଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଆଣିବେ। ଏନେଇ ଆଜିଠୁ ପ୍ରଶିକ୍ଷଣ ଆରମ୍ଭ ହୋଇଛି।

ଶ୍ରୀମନ୍ଦିରରେ ପାଖାପାଖି 25 ଶହ ସେବାୟତ ପରିବାରର ତଥ୍ୟ ସଂଗ୍ରହ ହେବ। ଏହି ସର୍ବେକ୍ଷଣ ପାଇଁ ପାଖାପାଖି 2 ମାସ ଲାଗିବ । ଏହାଦ୍ବାରା ପ୍ରକୃତ ସ୍ଥିତି ଜଣାପଡିବା ପରେ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ବିଶେଷକରି ସେବାୟତ ପରିବାରଙ୍କୁ ସ୍ବାସ୍ଥ୍ୟବୀମା, ପେନସନ୍ , ଆବାସିକ ଗୃହ ଯୋଗାଇ ଦେବା , ବିଭିନ୍ନ ଆର୍ଥିକ ସାହାଯ୍ୟ ମଧ୍ୟ ଏହି ସର୍ବେକ୍ଷଣ ପରେ ଦିଆଯିବ। ଏହାଦ୍ବାରା ସେବାୟତଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସୁଦୃଢ ହୋଇ ପାରିବ ବୋଲି ପୁରୀ ଜିଲ୍ଲାପାଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details