ଓଡିଶା

odisha

By ETV Bharat Odisha Team

Published : Oct 14, 2023, 5:35 PM IST

ETV Bharat / state

Durga Puja Special: ଶ୍ରୀକ୍ଷେତ୍ରରେ ଷୋଡଶ ଦିନାତ୍ମକ ପୂଜା, ଚଳଚଞ୍ଚଳ ପୁରୀ

ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗୋତ୍ସବ । ଶ୍ରୀକ୍ଷେତ୍ରର ସମସ୍ତ ଦେବୀ ପୀଠରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା । ଦେଖନ୍ତୁ ଏହି ରିପୋର୍ଟ

sixteen days puja in sreekshetra
ଶ୍ରୀକ୍ଷେତ୍ରରେ ଷୋଡଶ ଦିନାତ୍ମକ ପୂଜା

ଶ୍ରୀକ୍ଷେତ୍ରରେ ଷୋଡଶ ଦିନାତ୍ମକ ପୂଜା

ପୁରୀ: ଷୋଡ଼ଶ ଦିନାତ୍ମକ ପୂଜାକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ରର ସମସ୍ତ ଦେବୀ ପୀଠ । ଷୋଡ଼ଶ ପୂଜା ଅବସରରେ ଦେବୀ ପୀଠ ଗୁଡିକରେ ଚାଲିଛି ସ୍ଵତନ୍ତ୍ର ପୂଜାର୍ଚ୍ଚନା । ଶ୍ରୀକ୍ଷେତ୍ର ପୁରୀରେ ବିଭିନ୍ନ ଦେବୀ ପୀଠ ଗୁଡିକରେ ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା । ଜଗତଜନନୀ ମା' ଦୁର୍ଗାଙ୍କୁ ସ୍ଵତନ୍ତ୍ର ପୂଜା ବିଧିରେ ଆବାହନ ସହ ପୂଜାର୍ଚ୍ଚନା କରାଯାଉଛି । ତେବେ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଦେବୀଙ୍କ ଷୋଳ ପୂଜା ମହା ନବମୀ ଯାଏ ଅନୁଷ୍ଠିତ ହେବ ।

ଦେବୀ ପୀଠ ଗୁଡିକରେ ପ୍ରତ୍ୟହ ଚଣ୍ଡୀପାଠ, ହୋମ, ଆଳତୀ, ଶଙ୍ଖୁଡ଼ି ତଥା ଆମିଷ ଭୋଗ, ପୋଡ଼ା ବଳି ଅନୁଷ୍ଠିତ ହୁଏ । ଶାରଦୀୟ ଦୁର୍ଗାପୂଜାରେ ପୁରୀର ପ୍ରସିଦ୍ଧ ଶ୍ୟାମାକାଳୀ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ମହାସପ୍ତମୀ, ଅଷ୍ଟମୀ, ନବମୀରେ ଅଷ୍ଟ ଭୂଜା ଓ ଦଶଭୂଜା ବେଶ ଅନୁଷ୍ଠିତ ହେବ । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ, ଶାରଦୀୟ ଦୁର୍ଗାପୂଜାରେ ଯେଉଁ ଭକ୍ତ ନିଷ୍ଠାର ସହ ମା'ଙ୍କୁ ଆରାଧନା କରନ୍ତି ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଏହା ବି ପଢନ୍ତୁ...ମାଆ ଲଙ୍କେଶ୍ବରୀଙ୍କ ଖଣ୍ଡାବସା ଯାତ୍ରା ସମ୍ପନ୍ନ, ଆରମ୍ଭ ହେଲା ଷୋଡଶ ଉପଚାର ପୂଜା


ଗତ ମୂଳାଷ୍ଟମୀ ତିଥିରେ ଗଜପତି ମହାରାଜା ଆଚାର୍ଯ୍ୟ ବ୍ରାହ୍ମଣମାନଙ୍କୁ ବରଣ କରିବା ପରେ ବ୍ରାହ୍ମଣମାନେ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେବୀ ପୀଠ ଗୁଡିକରେ ମା'ଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ କରିଛନ୍ତି । ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କ ପୀଠରେ ଅନୁଷ୍ଠିତ ଷୋଡଶ ଦିନାତ୍ମକ ପୂଜା ବିଧିରେ କାହିଁ କେଉଁ ଆବାହମାନ କାଳରୁ ଷୋଡ଼ଶ ଦିନାତ୍ମକ ପୂଜା ଅନୁଷ୍ଠିତ ହୋଇ ଆସୁଛି । ଶ୍ରୀକ୍ଷେତ୍ରରେ ଥିବା ଦେବୀ ପୀଠ ମଧ୍ୟରୁ ଶ୍ୟାମାକାଳୀ, ବରାହୀ, ଦକ୍ଷିଣ କାଳୀ, ମରିଚେଇ, ଚର୍ଚ୍ଚିକା, ଆଲାମ ଚଣ୍ଡୀ ଆଦି ପୀଠ ସମେତ ନିକଟ ଅଞ୍ଚଳରେ ଥିବା ସବୁ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଚାଲିଛି ।

"ପ୍ରତ୍ୟେହ ଚଣ୍ଡୀପାଠ, ହୋମ, ଆଳତୀ, ବିଭିନ୍ନ ବେଶ, ସ୍ଵତନ୍ତ୍ର ଶଙ୍ଖୁଡ଼ି ଭୋଗ, ପୋଡ଼ା ବଳି ନୀତି ଅନୁଷ୍ଠିତ ହେଉଛି । ସପ୍ତମୀ, ଅଷ୍ଟମୀ ଓ ନବମୀରେ ସ୍ଵତନ୍ତ୍ର ପୂଜା କରାଯିବ । ବିଜୟା ଦଶମୀରେ ରାଜ ରାଜେଶ୍ୱରୀ ବେଶ, ମହିଷାମର୍ଦ୍ଦିନି ବେଶ ଅନୁଷ୍ଠିତ ହେବା ଶହ ଶାରଦୀୟ ଦୂର୍ଗୋତ୍ସବ ସମାପନ ହେବ" ବୋଲି କହିଛନ୍ତି ପୂଜକ । ସେପଟେ ମା'ଙ୍କ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ଭିଡ ଜମୁଛି। ଷୋଡ଼ଶ ଦିନାତ୍ମକ ପୂଜା ଦେଖିବା ପାଇଁ ପୁରୀ ସହରକୁ ଅନେକ ଭକ୍ତଙ୍କ ଆଗମନ ବଢିବାରେ ଲାଗିଛି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details