ଓଡିଶା

odisha

ETV Bharat / state

ପୁରୀରେ କାନ୍ଥଭୁଶୁଡି ଜଣେ ମୃତ - ଘୁଚାପ ବର୍ଷା

ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଆଜି ପୁରୀରେ ଲଗାଣ ବର୍ଷା ଯୋଗୁଁ ମାଟି ଘର କାନ୍ଥ ଭୁଶୁଡି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ

By

Published : Oct 25, 2019, 11:29 AM IST

ପୁରୀ: ଲଘୁଚାପ ବର୍ଷା ବେହାଲ ହୋଇ ପଡିଛି ପୁରୀ । ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିବା କାରଣରୁ ରାସ୍ତାଘାଟ ତଥା ତଳିଆ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ସହରର କୁମ୍ଭୀରପଡ଼ାରେ ବର୍ଷା ଯୋଗୁଁ ଏକ ମାଟି ଘରର କାନ୍ଥ ଭୁଶୁଡି ପଡିବାରୁ ଜଣେ ବ୍ୟକ୍ତି ଆହତ ହୋଇ ଥିଲେ। ତେବେ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଛି । ମୃତକ ହେଉଛନ୍ତି ରସାନନ୍ଦ ବିଶୋଇ।

ପୁରୀରେ କାନ୍ଥଭୁଶୁଡି ଜଣେ ମୃତ

ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଥିଲା। ମୃତକ ରସାନନ୍ଦ ରାତିରେ ଘରେ ଶୋଇ ଥିଲେ। ଭୋର ସମୟରେ ହଠାତ ମାଟି କାନ୍ଥ ଭୁଶୁଡ଼ି ପଡିବାରୁ ସେ କାନ୍ଥ ଭିତରେ ରହିଯାଇ ଥିଲେ। ତେବେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details