ଓଡିଶା

odisha

ଡେଲାଙ୍ଗରେ ଅଘଟଣ, ପଥର ଖଣିରେ ଥିବା ପାଣିରେ ଗାଧୋଇବା ବେଳେ ବୁଡ଼ି ଗଲେ ଯୁବକ

By

Published : Aug 22, 2022, 7:26 AM IST

ପଥର ଖଣିରେ ଥିବା ପାଣିରେ ଗାଧୋଇବା ବେଳେ ବୁଡି ଯୁବକଙ୍କ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଡେଲାଙ୍ଗ ସାହୁରିଆପଡ଼ା ପଞ୍ଚାୟତର କୁଆପଦା ଗ୍ରାମରେ । ଅଧିକ ପଢନ୍ତୁ

ଡେଲାଙ୍ଗରେ ଅଘଟଣ, ପଥର ଖଣିରେ ଥିବା ଜଳରେ ଗାଧୋଇବା ବେଳେ ବୁଡ଼ି ଯୁବକ ମୃତ
ଡେଲାଙ୍ଗରେ ଅଘଟଣ, ପଥର ଖଣିରେ ଥିବା ଜଳରେ ଗାଧୋଇବା ବେଳେ ବୁଡ଼ି ଯୁବକ ମୃତ

ପୁରୀ:ଡେଲାଙ୍ଗ ସାହୁରିଆପଡ଼ା ପଞ୍ଚାୟତର କୁଆପଦା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ପଥର ଖଣିରେ ଥିବା ପାଣିରେ ଗାଧୋଇବା ବେଳେ ବୁଡି ଯୁବକଙ୍କ ମୃତ୍ୟୁ । ଫଳରେ ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପଥର ଖଣିରେ ଥିବା ପାଣିରେ ଗାଧୋଇବା ବେଳେ ବୁଡ଼ି ଯୁବକ ମୃତ

ପଥର ଖଣିରେ ଗାଧୋଇବା ହେଲା କାଳ । ସାଙ୍ଗ ମାନଙ୍କ ସହ ପଥର ଖଣିରେ ଥିବା ପାଣିରେ ଗାଧୋଇବାକୁ ଯାଇଥିବା ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ ସ୍ଥାନୀୟ ଡେଲାଙ୍ଗ କୁଆପଦା ଗ୍ରାମର ରାଜୀବ କୁମାର୍ ନିସଂଗ(୧୮) ଗୁରୁତର ଅବସ୍ଥାରେ ରାଜୀବଙ୍କୁ ଗ୍ରାମବାସୀ ଉଦ୍ଧାରକରି ସ୍ଥାନୀୟ ଡେଲାଙ୍ଗ ସରାକରୀ ମେଡ଼ିକାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅର ମୃତ୍ୟୁରେ ବାପା ଚିତ୍ରସନ ନିସଙ୍କ ପୁରା ପରିବାର ଭାଙ୍ଗି ପଡ଼ିଥିବା ବେଳେ ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details