ଓଡିଶା

odisha

ETV Bharat / state

ପୁରୀରେ ନଜର ରଖୁଛି ଡ୍ରୋନ

ପେଣ୍ଠକଟା ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରାରେ ସୁଟିଂ କରାଯାଉଛି । ବିଶେଷ କରି କେଉଁମାନେ ପେଣ୍ଠକଟା ଭିତରେ ପ୍ରବେଶ କରୁଛନ୍ତି କିମ୍ବା ବାହାରୁଛନ୍ତି ସେମାନଙ୍କ ଉପରେ ଡ୍ରୋନ୍ ନଜର ରଖିଛି । ଅଧିକ ପଢନ୍ତୁ..

By

Published : Jul 28, 2020, 7:30 PM IST

ପୁରୀ ଉପରେ ନଜର ରଖୁଛୁ ଡ୍ରୋନ୍
ପୁରୀ ଉପରେ ନଜର ରଖୁଛୁ ଡ୍ରୋନ୍

ପୁରୀ: କୋରୋନା ହଟ୍‌ସ୍ପଟ୍ ପେଣ୍ଠକଟା ଉପରେ ନଜର ରଖିଛି ଡ୍ରୋନ । ପେଣ୍ଠକଟାରେ କଡ଼ା ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରାରେ ସୁଟିଂ କରାଯାଉଛି । ବିଶେଷ କରି କେଉଁମାନେ ପେଣ୍ଠକଟା ଭିତରେ ପ୍ରବେଶ କରୁଛନ୍ତି କିମ୍ବା ବାହାରୁଛନ୍ତି ସେମାନଙ୍କ ଉପରେ ଡ୍ରୋନ୍ ନଜର ରଖିଛି ।

ପୁରୀ ଉପରେ ନଜର ରଖୁଛୁ ଡ୍ରୋନ୍

ଏହି ଅଞ୍ଚଳକୁ ଆନ୍ଧ୍ରପ୍ରଦେଶ ଲୋକଙ୍କୁ ନିୟମିତ ବ୍ୟବଧାନରେ ଅଣାଯାଉଥିବା ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। । ଉକ୍ତ ଅଞ୍ଚଳକୁ ଅସନ୍ତା 3 ତାରିଖ ଯାଏଁ ଅବରୋଧ ଅଞ୍ଚଳ ଭାବେ ରଖାଯାଇଛି । ସବୁ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ତେବେ କେତେକ ଅଞ୍ଚଳରେ ଏହା ଉଲଙ୍ଘନ ହେଉଥିବା ବେଳେ ଲୋକଙ୍କ ଗହଳି ହେଉଥିବା ଅଭିଯୋଗ ହୋଇଛି ।

ସାମାଜିକ ଦୂରତା ବଜାୟ ନରହିଲେ କୋରୋନା ବ୍ୟାପିବାର ଆଶଙ୍କା ଥିବାରୁ ଡ୍ରୋନ୍ ମାଧ୍ୟମରେ ପୁରା ପେଣ୍ଠକଟା ଅଞ୍ଚଳରେ ନଜର ରଖାଯାଇଛି । କେବଳ ସେତିକି ନୁହେଁ ବଡ଼ଦାଣ୍ଡରେ ମଧ୍ୟ ଡ୍ରୋନ୍ କ୍ୟାମେରା ବୁଲି ଭିଡିଓ ଉତ୍ତୋଳନ କରୁଛି । ଯେଉଁଠି ଗହଳି ହେଉଛି ସଙ୍ଗେସଙ୍ଗେ ପୋଲିସ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେଉଛି । ଏହି ଡ୍ରୋନ୍ ଦ୍ବାରା ନିରୀକ୍ଷଣ ସଫଳ ହୋଇଛି ।

ସେପଟେ ପୁରୀ ଜିଲ୍ଲାର 24 ଘଣ୍ଟା ଭିତରେ ପୁଣି 11 କୋଭିଡ ପଜିଟିଭ ବାହାରିଛନ୍ତି । ଜିଲ୍ଲାରେ ମୋଟ ପଜିଟିଭଙ୍କ ସଂଖା 692ରେ ପହଞ୍ଚିଛି । ପୁରୀ ସହରରୁ 162 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ପେଣ୍ଠକଟା ଅଞ୍ଚଳରୁ 47 ପଜିଟିଭ୍ ବାହାରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details