ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ମାମଲା, ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଗିରଫ - YouTuber arrested in West Bengal

ଗତ ବର୍ଷ ଡିସେମ୍ବର ୩ ତାରିଖରେ ୟୁଟ୍ୟୁବରେ ଭାଇରାଲ ହୋଇଥିଲା ଡ୍ରୋନ୍‌ରେ ନିଆଯାଇଥିବା ଶ୍ରୀମନ୍ଦିରର ଭିଡିଓ । ଜଣେ ୟୁଟ୍ୟୁବର ନିଜ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଭାଇରାଲ କରିଥିବା ପରବର୍ତ୍ତୀ ସମୟରେ ଜଣା ପଡ଼ିଥିଲା । ପୁରୀ ପୋଲିସ ଅଭିଯୁକ୍ତ ୟୁଟ୍ୟୁବରକୁ ଗିରଫ କରିଛି । ଅଧିକ ପଢନ୍ତୁ

ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଗିରଫ
ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଗିରଫ

By

Published : Jan 18, 2023, 10:04 PM IST

Updated : Jan 19, 2023, 7:22 AM IST

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି । କୋଲକାତାରୁ ତାଙ୍କୁ ଗିରଫ କଲା ପୁରୀ ପୋଲିସ । ଶ୍ରୀମନ୍ଦିର ନୀଳଚକ୍ର ଉପରେ ଡ୍ରୋନ ଉଡାଇବା ମାମଲାରେ ଅଭିଯୁକ୍ତ ଥିଲେ ଅନିମେଶ । ଡ୍ରୋନ ଉଡାଇବା ନେଇ ଓଡ଼ିଶା ପୋଲିସକୁ ସ୍ୱତନ୍ତ୍ର ଧନ୍ୟବାଦ ଦେଇଥିଲେ ଅନିମେଶ । ଯାହାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ପୋଲିସ ଡ୍ରୋନ ଉଡାଇବା ନେଇ କୌଣସି ଅନୁମତି ଦେଇନଥିବା ନେଇ ସ୍ପଷ୍ଟ କରିଥିଲା । ତେବେ ଏହି ଘଟଣାରେ ଅନିମେଶକୁ ଗିରଫ କରାଯାଇଥିବା ନେଇ ଟୁଇଟ ଯୋଗେ ସୂଚନା ଦେଇଛି ପୁରୀ ପୋଲିସ ।

ଘଟଣାକୁ ନେଇ ଏତଲା ହେବା ପରେ ଡ୍ରୋନ ଉଡାଇଥିବା ୟୁଟ୍ୟୁବର ନିଜ ୟୁଟ୍ଯୁବ ଚ୍ୟାନେଲରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ଏହାକୁ ନେଇ ପୁରୀ ସିଟି DSPଙ୍କ ରିପୋର୍ଟ ଆଧାରରେ ସିଂହଦ୍ଵାର ଥାନାରେ ଏତଲା ରୁଜ୍ଜୁ ହୋଇଥିଲା । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଭିଜୁଆଲ ଭାଇରାଲ କରିବା ପ୍ରସଙ୍ଗରେ ଡିଏସପିଙ୍କ ରିପୋର୍ଟ ଆଧାରରେ ସିଂହଦ୍ୱାର ଥାନାରେ ପୋଲିସ କେସ୍‌ ନମ୍ବର ୧୫୦ରେ ମୋକଦ୍ଦମା ରୁଜ୍ଜୁ କରିଥିଲା ।

ଏହାବି ପଢନ୍ତୁ- ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ, ସୁରକ୍ଷା ନେଇ ପ୍ରଶ୍ନବାଚୀ

ଅଭିଯୁକ୍ତ ଅନିମେଶ ଚୌଧୁରୀ ପଶ୍ଚିମବଙ୍ଗ ଗୁମା ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡ଼ିଛି । ଅଭିଯୁକ୍ତକୁ ପୋଲିସ 160 ସିଆରସିପି ଅଧୀନରେ ନୋଟିସ ଦିଆଯାଇଥିଲା । ନୋଟିସ ଅନୁଯାୟୀ ଜେରା ପାଇଁ ସିଂହଦ୍ଵାର ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାସହ ପୁରା ଘଟଣାର ତଦନ୍ତ ପାଇଁ ତିନିଜଣ ଅଧିକାରୀଙ୍କୁ ନେଇ ଟିମ୍‌ ଗଠନ କରାଯାଇଥିଲା । ଯାହାର ନେତୃତ୍ବ ପୁରୀ ସିଟି DSPଙ୍କୁ ଦିଆଯାଇଥିଲା ।

ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି ଅଭିଯୁକ୍ତ ଅନିମେଶ ୟୁନିଫାଏଡ ନାମକ ନିଜ ୟୁଟ୍ଯୁବ ଚ୍ୟାନେଲ ରେ ଶ୍ରୀମନ୍ଦିର ଡ୍ରୋନ ଭିଜୁଆଲ ଅପଲୋଡ଼ କରିଥିଲେ । ଭିଜୁଆଲ ପାଇଁ କେହି ତାକୁ ଯୋଗାଯୋଗ କଲେ ଗୋଟିଏ ଗୋଟିଏ ଆଙ୍ଗେଲ ଫୁଟେଜ ପିଛା କୋଡିଏ ହଜାର ଟଙ୍କା ଦାବି କରିଥିଲେ । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିବା ସହ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା ।

ଗତ ବର୍ଷ ଡିସେମ୍ବର ୩ ତାରିଖରେ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ୍‌ ଉଡ଼ିଥିବା ନଜର ଆସିଥିଲା । ୟୁଟ୍ୟୁବରେ ଭାଇରାଲ ହୋଇଥିଲା ଡ୍ରୋନ୍‌ରେ ନିଆଯାଇଥିବା ଶ୍ରୀମନ୍ଦିରର ଭିଡିଓ । ଜଣେ ୟୁଟ୍ୟୁବର ନିଜ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଭାଇରାଲ କରିଥିବା ପରବର୍ତ୍ତୀ ସମୟରେ ଜଣା ପଡ଼ିଥିଲା । ଏହି ଭିଡିଓ ଭାଇରାଲ ହେବାପରେ ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ୟୁନିଫାଏଡ୍ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଶ୍ରୀମନ୍ଦିରର ଡ୍ରୋନ ସଟ୍ ଭିଡିଓ ଅପଲୋଡ଼ ହୋଇଥିଲା ।

ଭିଡିଓର ପ୍ରତି ଆଙ୍ଗେଲ୍ ପିଛା ୨୦ ହଜାର ଟଙ୍କା ସମ୍ପୃକ୍ତ ୟୁଟ୍ୟୁବର ଦାବି କରୁଥିବା ନେଇ ସୋସିଆଲ ମିଡିଆରେ ଚାଟ୍‌ ମଧ୍ୟ ଭାଇରାଲ ହୋଇଥିଲା ।‌ ତେବେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ମାଳମାଳ ପୋଲିସ ଅଧିକାରୀ ଥିବାବେଳେ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ନ ଦେବା ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏହାକୁ ଗୁରୁତ୍ବର ସହ ନେଇ ପୁରୀ ପୋଲିସ ଅଭିଯୁକ୍ତ ୟୁଟ୍ୟୁବରକୁ ଗିରଫ କରିଛି ।

ଇଟିଭି ଭାରତ, ପୁରୀ

Last Updated : Jan 19, 2023, 7:22 AM IST

ABOUT THE AUTHOR

...view details