ପୁରୀ: ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ । ୟୁଟ୍ୟୁବରେ ଭାଇରାଲ ହେଲା ଡ୍ରୋନରେ ନିଆଯାଇଥିବା ଶ୍ରୀମନ୍ଦିରର ଭିଡିଓ । ଜଣେ ୟୁଟ୍ୟୁବର ନିଜ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଭାଇରାଲ କରିଛନ୍ତି । ଏହି ଭିଡିଓ ଭାଇରାଲ ହେବାପରେ ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ୟୁନିଫାଏଡ୍ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଶ୍ରୀମନ୍ଦିରର ଡ୍ରୋନ ସଟ୍ ଭିଡିଓ ଅପଲୋଡ଼ ହୋଇଛି। ଭିଡିଓର ପ୍ରତି ଆଙ୍ଗେଲ୍ ପିଛା ୨୦ ହଜାର ଟଙ୍କା ସମ୍ପୃକ୍ତ ୟୁଟ୍ୟୁବର ଦାବି କରୁଥିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତେବେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ମାଳମାଳ ପୋଲିସ ଅଧିକାରୀ ଥିବାବେଳେ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ନ ଦେବା ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।