ଓଡିଶା

odisha

ଗୋପରେ ଅଏଲ୍ ଇଣ୍ଡିଆର ଡ୍ରିଲିଂ ଆରମ୍ଭ, ଉଦଘାଟନ କଲେ ଗଣଶିକ୍ଷା ମନ୍ତ୍ରୀ

By

Published : Feb 15, 2023, 10:02 PM IST

ପୁରୀ ଜିଲ୍ଲା ଗୋପ କୁସୁପୁର ମୌଜାରେ ଅଏଲ୍ ଇଣ୍ଡିଆ ପକ୍ଷରୁ ଡ୍ରିଲିଂର ଉଦଘାଟନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅଧିକ ପଢ଼ନ୍ତୁ

ଗୋପରେ ପ୍ରାକୃତିକ ଗ୍ୟାସର ସନ୍ଧାନ
natural gas reserves found in gop

ପୁରୀ: ଗୋପ କୁସୁପୁର ମୌଜାରେ ମାଟି ତଳୁ ପ୍ରାକୃତିକ ତେଲ ଓ ଗ୍ୟାସର ସନ୍ଧାନ ମିଳିବା ପରେ ଅଏଲ୍ ଇଣ୍ଡିଆ ପକ୍ଷରୁ ହେଲା ଡ୍ରିଲିଂର ଉଦଘାଟନ ହୋଇଛି । ପୂଜାର୍ଚ୍ଚନା କରାଯାଇ ମାଟି ତଳକୁ ଡ୍ରିଲିଂ ଆରମ୍ଭ ହୋଇଛି । ସ୍ଵତନ୍ତ୍ର ରିଗ ମେସିନରେ ଏହି କାର୍ଯ୍ଯ ହେବ । ଭୂମି ତଳକୁ 2275 ମିଟର ଡ୍ରିଲ କରାଯିବ । ଏହି ଡ୍ରିଲ କାର୍ଯ୍ଯ ଲାଗି ତିନି ମାସ ଲାଗିବ । ପରେ କେତେ ତେଲ ଓ ଗ୍ୟାସ ଗଚ୍ଛିତ ଅଛି ତାହା ସ୍ପଷ୍ଟ ହେବା ପରେ ଏହାକୁ ଉତ୍ତୋଳନ କରାଯିବ ବୋଲି ଅଏଲ୍ ଇଣ୍ଡିଆର ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଗୃହରକ୍ଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ନେଲେ କି ଚରମ ନିଷ୍ପତ୍ତି ?

ଡ୍ରିଲ କାର୍ଯ୍ଯ ଉଦଘାଟନ ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଓଡ଼ିଶା ଶିଳ୍ପ ବିଭାଗର ଅତିରିକ୍ତ ସଚୀବ ଶୁଭେନ୍ଦୁ ନାୟକ, ଅଏଲ୍ ଇଣ୍ଡିଆର ନିର୍ଦ୍ଦେଶକ ମନୋଜ କୁମାର ସର୍ମା ପ୍ରମୁଖ ଯୋଗ ଦେଇଥିଲେ । ଏବେ ଦେଶର 80 ପ୍ରତିଶତ ତୈଳ ଦେଶ ବାହାରୁ ଆସୁଛି । ପୁରୀ ଗୋପରୁ ତୈଳ ବାହାରିଲେ ଏହା ରାଜ୍ୟ ତଥା ଦେଶର ଅର୍ଥନୈତିକ ପ୍ରଗତି ଆଣିବା ସହ ଗୋପ ଅଞ୍ଚଳର ଅର୍ଥନୀତିକୁ ବିକାଶ କରିବ ବୋଲି ଗୋପ ତହସିଲଦାର ସେକ ସାଗିର କହିଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଏଲ ଇଣ୍ଡିଆକୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ବୋଲି ତହସିଲଦାର କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:Guidelines For Cops: ମନ୍ତ୍ରୀଙ୍କୁ ହତ୍ୟା ପରେ ଚେତିଲା ପୋଲିସ୍, ଫିଟ୍‌ ରହିବାକୁ ଜାରି ହେଲା SOP

ଓଡ଼ିଶାରେ ଏହା ପ୍ରଥମ ଡ୍ରିଲ ଓ ମହାପ୍ରଭୁଙ୍କ କୃପାରୁ ଏହା ସଫଳ ହେଉ ବୋଲି ଓଡ଼ିଶା ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶୁଭେନ୍ଦୁ ନାୟକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ପୁରୀ ଗୋପ ସହିତ ପୁରୀ ଅସ୍ତରଙ୍ଗର ଦୁଇଟି ସ୍ଥାନରେ ମଧ୍ୟ ତୈଳ ସନ୍ଧାନ ମିଳିଛି। ଗୋପରେ ତେଲ ଉତ୍ତୋଳନ ସଫଳ ହେଲେ ଓଡ଼ିଶା ବିଶ୍ଵ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିବ ।" ଗୋପରେ ଅଏଲ ଇଣ୍ଡିଆ ପକ୍ଷରୁ ଖନନର ଶୁଭାରମ୍ଭ ହେବା ଅବସରରେ ମନ୍ତ୍ରୀ ସମୀର ଦାଶ ଗୋପବାସୀଙ୍କୁ ଶୁଭେଛା ଦେଇଛନ୍ତି । ଏହା ସଫଳ ହେଲେ ଗୋପବାସୀ ଉପକୃତ ହେବେ ଓ ସ୍ଥାନୀୟ ଅଞ୍ଚଳରେ ବିକାଶ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଅଏଲ ଇଣ୍ଡିଆକୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details