ବ୍ରହ୍ମଗିରି: ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା(dolphin census begins in chilika) । ଚଳିତ ବର୍ଷ ଡ଼ଲଫିନ ଗଣନା ଆଜି(ରବିବାର) ଭୋର୍ 6ଟାରୁ ଆରମ୍ଭ ହୋଇଛି । ଚିଲିକାରେ ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ରେଞ୍ଜରେ ଏହି ଗଣନା ହେବ । ୨ଟି ରେଞ୍ଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି । ଏହି ଗଣନା ପ୍ରକ୍ରିୟାରେ ମୋଟ ୧୮ ଟିମ୍ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ଟିମ୍ରେ ୬ ଜଣ ସଦସ୍ୟ ରହିଛନ୍ତି । ସାତପଡ଼ା ରେଞ୍ଜ ପଟୁ 8ଟି ଦଳ ଏବଂ ବାଲୁଗାଁ ରେଞ୍ଜ ପଟୁ 10ଟି ଦଳ ଡ଼ଲଫିନ ଗଣିବା ଜାରି ରଖିଛନ୍ତି ।
ଗଣନା ପ୍ରକ୍ରିୟାରେ ସିଡିଏର କର୍ମଚାରୀ, ବନ କର୍ମଚାରୀ, ଡ଼ଲଫିନ ବିଶେଷଜ୍ଞ, ସ୍ବେଚ୍ଛାସେବୀ, ପରିବେଶବିତ୍ମାନଙ୍କ ସହିତ ଜଣେ ଡଙ୍ଗା ଚାଳକ ସାମିଲ ହୋଇଛନ୍ତି । ଜିପିଏସ(GPS), ବାଇନାକୁଲାର, ରେଞ୍ଜ ଫାଇଣ୍ଡର ଦ୍ୱାରା ଗଣତି ଚାଲିଛି । ଚଳିତ ବର୍ଷ କେତେ ସଂଖ୍ୟାରେ ଡ଼ଲଫିନ ଚିଲିକାରେ ରହିଛନ୍ତି ଗଣନା ପରେ ହିଁ ଜଣାପଡିବ ।